ଜର୍ମାନୀରୁ ଆସିବ ୨୩ଟି ଭ୍ରାମ୍ୟମାଣ ଅମ୍ଳଜାନ ଉତ୍ପାଦନ କେନ୍ଦ୍ର

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଅମ୍ଳଜାନର ଅଭାବକୁ ପୂରଣ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏହି କ୍ରମରେ ଜର୍ମାନୀରୁ ୨୩ଟି ଭ୍ରାମ୍ୟମାଣ ଅମ୍ଳଜାନ ଉତ୍ପାଦନ କେନ୍ଦ୍ର (ପ୍ଲାଣ୍ଟ) ଆଣିବା ଲାଗି ସରକାର ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ବାୟୁସେନାର ପରିବହନକାରୀ ଯୁଦ୍ଧବିମାନ ଦ୍ବାରା ଏହି ସବୁ କେନ୍ଦ୍ରକୁ ଭାରତ ଅଣାଯିବ। ଏହି କେନ୍ଦ୍ରକୁ ସେନା ଡାକ୍ତରଖାନାରେ ସ୍ଥାପନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟ ମୁଖପାତ୍ର ଭାରତ ଭୂଷଣ ବାବୁ କହିଛନ୍ତି। ସେନା ଡାକ୍ତରଖାନାରେ ଚିକିତ୍ସିତ କରୋନା ସଂକ୍ରମିତଙ୍କ ନିମନ୍ତେ ଆବଶ୍ୟକ ଅମ୍ଳଜାନ ପୂରଣ ଦିଗରେ ଏହା ବ୍ୟବହାର ହେବ।

ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରତି ଅମ୍ଳଜାନ କେନ୍ଦ୍ର ମିନିଟ୍କୁ ୪୦ଟି ଅମ୍ଳଜାନ ଉତ୍ପାଦନ କରିପାରିବ। ୨୩ଟି ଅମ୍ଳଜାନ ଉତ୍ପାଦନ କେନ୍ଦ୍ରକୁ ଜର୍ମାନୀରୁ ଏକ ସପ୍ତାହ ମଧ୍ୟରେ ଦେଶକୁ ଅଣାଯିବ। ଏଥିପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

Comments are closed.