ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ହେଲା ଶେଷ ବାହୁଡା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୩ ଶ୍ରମିକ ମୃତ,୨୦ ଗୁରୁତର

ଉତ୍ତରପ୍ରଦେଶ : କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଫଳରେ ବିଭିନ୍ନ ରାଜ୍ୟକୁ ଯାଇ ଫସିଥିବା ଶ୍ରମିକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି । କିନ୍ତୁବିଭିନ୍ନ ସ୍ଥାନରେ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଗତକାଲି ମଧ୍ୟପ୍ରଦେଶର ଗୁନାରେ ଘଟିଥିବା ଏକ ଭୟଙ୍କର ସଡକ ଦୁର୍ଘଟଣା ପରେ ପରେ ଶନିବାର ସକାଳୁ ଉତ୍ତରପ୍ରଦେଶର ଔରେୟାଠାରେ ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଭର୍ତ୍ତି ହୋଇଥିବା ଏକ ଡିସିଏମକୁ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା ଏବଂ ସୈଫଇ ପିଜିଆଇକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।


ସୂଚନାଅନୁସାରେ ଶ୍ରମିକମାନେ ଏକ ଟ୍ରକ୍‌ରେ ରାଜସ୍ଥାନରୁ ଉତ୍ତରପ୍ରଦେଶ ‌ଫେରୁଥିବା ବେଳେ ଲକ୍ଷ୍ମୗ-ଆଗ୍ରା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ ସହ ଶ୍ରମିକମାନେ ଯାଉଥିବା ଟ୍ରକ୍‌ଟି ମୁହୁଁମୁହିଁ ଧକ୍କା ହେବାରୁ ଟ୍ରକ୍‌ରେ ଥିବା ଶ୍ରମିକଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

 

 

Comments are closed.