ଆଫଗାନିସ୍ତାନରେ କାର୍ ବୋମା ବିସ୍ଫୋରଣ, ୨୩ ମୃତ

୨୪ ଘଣ୍ଟାରେ ୧୦ ସାଧାରଣ ନାଗରିକଙ୍କ ସହ ୭୦ ମୃତ

ଆଫଗାନିସ୍ଥାନରେ ଏକ କାର୍ ବୋମା ବିସ୍ଫୋରଣରେ ୨୩ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ବିସ୍ଫୋରଣ ନିମନ୍ତେ କେହି ନିଜକୁ ଦାୟୀ କରି ନାହାନ୍ତି । ସେନା ମୋର୍ଟାର ମାଡ଼ରେ କାର୍ ବିସ୍ଫୋରଣ ହୋଇଥିବା ତାଲିବାନ ଅଭିଯୋଗ କରିଥିବାବେଳେ ତାଲିବାନୀମାନେ ଏହି ଘଟଣା ଘଟାଇଥିବା ସେନା ଦାବି କରୁଛି । ଘଟଣାଟି ଆଫଗାନିସ୍ଥାନର ହେଲମନ୍ଦ ଅଞ୍ଚଳର ଏକ ଜନଗହଳି ବଜାରରେ ଘଟିଛି ।

, ଆଫଗାନିସ୍ଥାନ ସରକାର ତାଲିବାନ ବିରୋଧରେ ସେନା ଅଭିଯାନକୁ ବଢାଇ ଦେଇଛନ୍ତି। ଏହି ଅଭିଯାନରେ ୨୪ ଘଣ୍ଟାରେ ସାରା ଦେଶରେ ୧୦ ଜଣ ନାଗରିକଙ୍କ ସହିତ ୭୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।