ବୁଧବାର ରାଶିଫଳ ( ୨୨/ ୦୭ /୨୦୨୦ )

ମେଷ: ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ଯ୍ୟ ଉପରେ ଗୁରୁତ୍ବ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଯାନବାହନ ସୁଖ ମିଳିବ।

ବୃଷ: ମନ ପ୍ରସନ୍ନ ରହିବ। ସ୍ନେହପୂର୍ଣ୍ଣ ଭାଷା ବ୍ୟବହାର କରି ସାମାଜିକ ଆଦର ଲାଭ କରିବେ। ମେଳାପୀ ହୋଇପାରନ୍ତି। ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ପାଇବେ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।

ମିଥୁନ: ଜନସାଧାରଣ ଓ ପରିବାରର କଲ୍ୟାଣଭାଜନ ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଭାଗ୍ୟଶାଳୀ ହେବେ। ଶାନ୍ତିପ୍ରିୟ ଓ ସହନଶୀଳ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ।

କର୍କଟ: ଉଚ୍ଚଆଶା ଫଳବତୀ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପ୍ରାପ୍ତ ହେବେ। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ: ଜଟିଳ ସମସ୍ୟାର ସମାଧାନ ନିମନ୍ତେ ବିବ୍ରତ ହୋଇପାରନ୍ତି; ଏପରିକି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କର୍ମ ଚଞ୍ଚଳ ରହିବାରନ୍ତି। ଚକ୍ଷୁୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ରାଜଯୋଗ ଅଛି।

କନ୍ୟା: କାର୍ଯ୍ୟରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ। କରିତ୍‌କର୍ମା ହେବେ।

ତୁଳା: ଆୟ ଉତ୍ତମ ଧରଣର ହେବ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ମିତ୍ର ସହଯୋଗ ମିଳିବ।

ବିଛା: କାର୍ଯ୍ୟ ସହଜ ସୁଲଭ ହେବ। ସେବା ଓ ପୂଜା ଉପରେ ଧ୍ୟାନ ଦେଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ।

ଧନୁ: ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ। ଯୋଜନାର ଅଗ୍ରଗତିରେ ସିଦ୍ଧହସ୍ତ ହେବେ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗର ଶେଷ ପର୍ଯ୍ୟାୟ ଯୋଗୁଁ ସତର୍କ ରହିବେ।

ମକର: ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେବେ। ଆନନ୍ଦ-ଉତ୍ସବ ଲାଗି ରହିବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

କୁମ୍ଭ: ସୁସ୍ଥ ଓ ନିରାମୟ ରହିବେ। ଆଖିରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ଶ୍ରଦ୍ଧାଭାବ ରହିବ। ବୁଦ୍ଧିବଳରେ ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ହେବେ।

ମୀନ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବିଭିନ୍ନ ଦିଗରୁ ଅର୍ଥ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଶ୍ବଶୁର ଘରୁ ସାହାଯ୍ୟ ମିଳିପାରେ। ଧାର୍ମିକ ଓ ତେଜସ୍ବୀ ହେବେ।

Comments are closed.