ପାକିସ୍ତାନରେ ବସ୍‌ ଦୁର୍ଘଟଣା, ୨୨ ମୃତ

ଇସଲାମାବାଦ: ପାକିସ୍ତାନରେ ଏକ ବସ୍‌ ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ହେବା ସହ ୧୫ଜଣ ଆହତ ହୋଇଛନ୍ତି। ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ବସ୍‌ଟି ସ୍କର୍ଦୁରୁ ରାୱଲପିଣ୍ଡି ଅଭିମୁଖେ ଆସୁଥିବାବେଳେ ନିୟନ୍ତ୍ରଣ ହରାଇ ଏକ ବଡ ପଥରଖଣ୍ଡ ସହ ଧକ୍କା ହୋଇଥିଲା। ବ୍ରେକ୍‌ ଫେଲ୍‌ ହେବା କାରଣରୁ ଦୁର୍ଘଟଣା ହୋଇଥିବା କୁହାଯାଇଛି। ପାକିସ୍ତାନ ଉତ୍ତରପଶ୍ଚିମାଞ୍ଚଳରେ ଏପରି ଦୁର୍ଘଟଣା ଏକ ସାଧାରଣ ଘଟଣା।

Comments are closed.