ଗୋରୁ ଚୋରିରୁ ସଂଘର୍ଷ; ୨୨ ମୃତ

କାବିଆ : ଆଫ୍ରିକୀୟ ରାଷ୍ଟ୍ର ଚାଦ୍‌ର ଦାକ୍ଷିଣାତ୍ୟରେ ଅବସ୍ଥିତ କାବିଆ ଅଞ୍ଚଳରେ ଗୋରୁ ଚୋରିକୁ କେନ୍ଦ୍ରକରି ଗତ ଦୁଇ ଦିନ ହେଲା ଉପୁଜିଥିବା ହିଂସାକାଣ୍ଡ​ରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୪ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ୬୬ଜଣଙ୍କୁ ଗିରଫ କରାଯିବା ସହ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଚାଷ ଜମିରେ ଗୋରୁ ଚରୁଥିବାବେଳେ ସେମାନଙ୍କୁ ଚୋରି କରିନେବାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏଥିରେ ବିଭିନ୍ନ ଗ୍ରାମବାସୀ ସାମିଲ ହୋଇଥିଲେ। ଉଭୟ ପକ୍ଷ ଧନୁ-ତୀର ଓ ଅନ୍ୟାନ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣରେ ସାମିଲ ହୋଇଥିଲେ। ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ସଂଘର୍ଷବେଳେ ଉଭୟ ପକ୍ଷରୁ କେତେକ ଗାଁରେ ନିଆଁ ଲଗାଇ ଦିଆଯାଇଥିଲା।

Comments are closed.