ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୨୮: ଚହଲଙ୍କୁ ୪ ୱିକେଟ୍

ସାଉଥାମ୍ପଟନ୍ : ବିଶ୍ୱକପ ୨୦୧୯ରେ ଭାରତ ଦମ୍‌ଦାର ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନକୁ ଭାରତ ଧୂଳିସାତ କରିଦେଇଛି । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୨୨୭ ରନ କରିବାକୁ ସକ୍ଷମ ହୋଇଛି।  ମ୍ୟାଚ ଜିତିବା ପାଇଁ ଭାରତକୁ ନିର୍ଦ୍ଧାରିତ ୫୦ ଓଭରରେ ୨୨୮ ରନ କରିବାକୁ ପଡିବ ।

ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ବୁମରା ଓ ଚହଲଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ।

ହାସିମ ଆମଲା ୧୦ ରନ କରି ବୁମରାଙ୍କ ବଲରେ ସ୍ଲିପରେ କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ଡିକକ୍ ମଧ୍ୟ ବୁମରାଙ୍କ ବୋଲିଂ ଆଗରେ ହାର ମାନିଥିଲେ । ସେ ବ୍ୟକ୍ତିଗତ ୧୦ ରନ କରି ବୁମରାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଓ ଦଶେନଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ପାର୍ଟନରସିପ୍ ହୋଇଥିଲା, କିନ୍ତୁ ତାପରେ ଚହଲଙ୍କ ଯାଦୁ ଚାଲିଥିଲା । ଫାଫ୍ ଡୁପ୍ଲେସିସ୍ ୫୪ଚି ବଲରୁ ୪ଚି ଚୌକା ସହାୟତାରେ ୩୮ ରନ କରି ଓ ଦଶେନ୍ ୩୭ ବଲରେ ଗୋଟିଏ ଚୌକା ସହାୟତାରେ ୨୨ ରନ କରି ଆଉଟ୍ ହୋଇଥିଲେ । ଦୁହିଁଙ୍କୁ ଚହଲ କ୍ଲିନ ବୋଲ୍ଡ କରିଦେଇଥିଲେ । ତାଙ୍କ ପରେ ଡେଭିଡ୍ ମିଲର କିଛି ସମୟ ଭାରତର ଚିନ୍ତା ବଢାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ କଟ୍ ଆଣ୍ଡ ବୋଲ୍ କରି ଆଉଟ୍ କରିଥିଲେ ଚହଲ । ସେ ୪୦ଟି ବଲରୁ ଗୋଟିଏ ଚୌକା ସହାୟତାରେ ୩୧ ରନ କରିଥିଲେ । କୁଲଦୀପ ଯାଦବ କିନ୍ତୁ ଅନେକ ଥର ଘାତକ ବ୍ୟାଟିଂ କରି  ଜେପି ଡୁମିନିଙ୍କୁ ମାତ୍ର ୩ ରନ୍ ବ୍ୟକ୍ତିଗତ ସ୍କୋରଆଉଟ କରିଥିଲେ ।

ଶେଷ ଆଡକୁ ଆଣ୍ଡାଇଲ୍ ଫେହଲୁକ୍ୱାୟୋ, କ୍ରିସ୍ ମୋରିସ୍ ଓ କାଗିସୋ ରବାଡାଙ୍କ ଦୃଢ ବ୍ୟାଟିଂ ସହାୟତାରେ ଦକ୍ଷିଣ ଆଫ୍ରିକା ୨୨୭ ରନ କରିବାକୁ ସକ୍ଷମ ହୋଇଥିଲା । ଆଣ୍ଡାଇଲ୍ ଫେହଲୁକ୍ୱାୟୋ ୬୧ ବଲରୁ ୩୪ ରନ କରିଥିବା ବେଳେ ଗୋଟିଏ ଛକା ଓ ୨ଚି ଚୌକା ମାରିଥିଲେ । କ୍ରିସ୍ ମୋରିସ୍ ଦମ୍‌ଦାର ବ୍ୟାଟିଂ କରି ୩୪ଟି ବଲରୁ ଗୋଚିଏ ଚୌକା ଓ ୨ଚି ଛକା ସହାୟତାରେ ସର୍ବାଧିକ ୪୨ ରନ କରିଥିବା ବେଳେ କାଗିସୋ ରବାଡା ଶେଷ ପର୍ଯ୍ୟନ୍ତ  ଅପରାଜିତ ରହି ୩୫ଟି ବଲରୁ ୨ଚି ଚୌକା ସହାୟତାରେ ୩୧ ରନ କରିଥିଲେ ।

ଭାରତ ପକ୍ଷରୁ ୟୁଜୁବେନ୍ଦ୍ର ଚହଲ ୧୦ ଓଭରରେ ୫୧ ରନ ଦେଇ ୪ଟି ୱିକେଟ୍ ନେଇଥିଲେ । ଅନ୍ୟପଟେ ଦୁଇ ପ୍ରାରମ୍ଭିକ ଦ୍ରୁତ ବୋଲରଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା । ବୁମରା ୧୦ ଓଭରରେ ୪୪ ରନ ଦେଇ ୨ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ୧୦ ଓଭରରେ ୩୫ ରନ ଦେଇ ୨ଟି ୱିକେଟ ନେଇଥିଲେ । କୁଲଦୀପ ଯାଦବ ମଧ୍ୟ ଭଲ ବୋଲିଂ କରିଥିଲେ । ସେ ୧୦ ଓଭରରେ ୪୬ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ।

Comments are closed.