ରାଜ୍ୟରେ ୨୨୬ ନୂଆ ସଂକ୍ରମିତ ଚିହ୍ନଟ, ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୨୮ ଓ ସ୍ଥାନୀୟ ସଂକ୍ରମିତ ୯୮ ଜଣ ଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୩ ଜଣ ରହିଛନ୍ତି । ବାଲେଶ୍ୱରରେ ୧୦, ଭଦ୍ରକ ୪, ବଉଦ ୧, କଟକ ୧୫, ଦେବଗଡ ୧, ଢେଙ୍କାନାଳ ୧, ଗଞ୍ଜାମ ୨, ଜଗତସିଂହପୁରରେ ୪ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁର ୮, କଳାହାଣ୍ଡି ୩, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୧୧୪, କୋରାପୁଟ ୨, ମାଲକାନଗିରି ୨, ମୟୁରଭଞ୍ଜ ୬, ନୟାଗଡ ୩, ପୁରୀ ୧, ସମ୍ବଲପୁର ୭, ସୁନ୍ଦରଗଡ ୧୧ ଓ ଷ୍ଟେଟପୁଲରୁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକରେ ୨୩୬ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୬୫୭ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଦିନକ ମଧ୍ୟରେ ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

Comments are closed.