କରୋନା: ଭାରତରେ ୨୨୩ ଆକ୍ରାନ୍ତ, ବିଶ୍ଵରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଲା

୧୮୨ ଦେଶକୁ ଛୁଇଁଲା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ ଭିତରେ ଥିବାବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ୨୨୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୩୨ ଜଣ ବିଦେଶୀ ନାଗରିକ ରହିଛନ୍ତି। କରୋନା ଯୋଗୁ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ ସାରା ବିଶ୍ଵର ୧୮୨ ଦେଶକୁ କରୋନା ସଂକ୍ରମଣ ବ୍ୟାପିସାରିଛି। ବିଶ୍ଵବ୍ୟାପୀ ୧୦ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୪ ହଜାର ୬୦୦ ଟପିଛି। ଇଟାଲୀରେ ମୃତ୍ୟୁ ସଂଖା ଚୀନକୁ ଟପିଯାଇଛି। କରୋନାର ଉତ୍ପତ୍ତିସ୍ଥଳ ଚୀନରେ କରୋନା ଯୋଗୁ ୩୧୩୨ ଜଣ ପ୍ରାଣ ହରାଇଥିବାବେଳେ ଇଟାଲୀରେ ମୃତ୍ୟୁ ସଂଖ୍ୟା ୩୪୦୦ରେ ପହଞ୍ଚିଛି।

Comments are closed.