ରାଜ୍ୟରେ ୧୬୯ ନୂଆ ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୨୨୨

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୨୯ ଜଣ ଅଛନ୍ତି। ସଂଗରୋଧରୁ ୯୭ ଓ ସ୍ଥାନୀୟ ସଂକ୍ରମିତ ୭୨ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲାରୁ ୨, ଭଦ୍ରକ ୨, ବଲାଙ୍ଗିର ୨, କଟକ ୯, ଦେବଗଡ ୫, ଗଜପତି ୩ ଓ ଗଞ୍ଜାମରୁ ୭ ଚିହ୍ନଟ ହୋଇଛନ୍ତି। ସେହିଭଳି ଯାଜପୁରରୁ ୩, ଝାରସୁଗୁଡା ୨, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୮୮, ମୟୁରଭଞ୍ଜ ୩, ନୟାଗଡ ୨, ପୁରୀ ୨, ସମ୍ବଲପୁର ୧୦, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୧୯ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୫୨୬୪୧ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୯୨୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Comments are closed.