କରୋନା ପ୍ରଭାବ : ଇଟାଲୀରୁ ଫେରିଲେ ୨୧୮ ଭାରତୀୟ

ନୂଆଦିଲ୍ଲୀ : କରୋନା ଭୂତାଣୁ ପ୍ରଭାବିତ ହୋଇ ଇଟାଲୀରେ ଅଟକି ରହିଥିବା ୨୧୧ଜଣ ଛାତ୍ରଙ୍କ ସମେତ ମୋଟ ୨୧୮ଜଣ ଭାରତୀୟ ରବିବାର ଏୟାର ଇଣ୍ଡିଆର ବିମାନ ଯୋଗେ ମିଲାନ୍‍ରୁ ଆସି ଭାରତରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ କହିଛନ୍ତି ସେମାନଙ୍କୁ ଦୁଇସପ୍ତାହ ପର୍ଯ୍ୟନ୍ତ ପୃଥକ୍‍ ଭାବେ ରଖାଯିବ। ଜାତୀୟ ରାଜଧାନୀର ଚାଓଲା ଶିବିରରେ ଥିବା ଆଇଟିବିପିର ଆଇସୋଲେସନ ସୁବିଧା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ମନ୍ତ୍ରୀ କହିଛନ୍ତି ବିଶ୍ୱର ଯେ କୌଣସି ସ୍ଥାନରେ ବିପଦରେ ଥିବା ଭାରତୀୟମାନଙ୍କ ନିକଟରେ କେନ୍ଦ୍ର ସରକାର ପହଞ୍ଚିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ ସହଯୋଗ ପାଇଁ ସେ ଇଟାଲୀ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ଏୟାର ଇଣ୍ଡିଆର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି।

Comments are closed.