ଆଜି ଭୁବନେଶ୍ଵରରୁ ୨୧ ପଜିଟିଭ୍‌ ଚିହ୍ନଟ, ୫ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ଵର: ଆଜି ଖୋର୍ଦ୍ଧା ଜିଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ଵର ମହନାଗର ନିଗମ(ବିଏମସି) ଅଞ୍ଚଳରେ ୨୧ ପଜିଟିଭ୍‌ ରହିଛନ୍ତି। ସେଥିରୁ ୧୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ସତ୍ୟନଗର କାଳୀ ମନ୍ଦିର ନିକଟରୁ ଜଣେ ୪୮ ବର୍ଷୀୟା ମହିଳା, କୋଳଥିଆର ଜଣେ ୮୧ ବର୍ଷୀୟ ବୃଦ୍ଧ, ଏକ ଘରୋଇ ହସ୍ପିଟାଲର ଜଣେ ୪୬ ବର୍ଷୀୟ କର୍ମଚାରୀ, ଚନ୍ଦିକାସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ନିକଟରୁ ଏକ ପରିବାରର ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ୩୫ ବର୍ଷୀୟା ମହିଳା ରହିଛନ୍ତି।

Comments are closed.