୨୧ ମିନିଟ୍, ୧୨ଟି ଯୁଦ୍ଧ ବିମାନ, ୧୦୦୦ କିଲୋଗ୍ରାମ ବମ୍ ଏବଂ ୩୦୦ ଆତଙ୍କବାଦୀ ନିପାତ

0

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣର କଡା ଜବାବ ଦେଇଛି ଭାରତ । ମଙ୍ଗଳବାର ମଧ୍ୟରାତ୍ରିରେ ଭାରତୀୟ ବାୟୁସେନାର ୧୨ଟି ମିରାଜ-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନରେ ପ୍ରବେଶ କରି ଆକ୍ରମଣ କରିଛି । ୧୦୦୦ କିଲୋଗ୍ରାମରୁ ଅଧିକ ବୋମା ବିସ୍ଫୋରଣ କରି ପାକିସ୍ତାନ ମାଟିରେ ପ୍ରାୟ ୩୦୦ ଆତଙ୍କବାଦୀଙ୍କୁ ନିପାତ କରିଛି । ଏହା ଭାରତର ଦ୍ବିତୀୟ ସର୍ଜିକାଲ ଷ୍ଟାଇକ୍ ବୋଲି କୁହାଯାଉଛି । ଏହା ପୂର୍ବରୁ ୨୦୧୬ରେ ଉରି ଆକ୍ରମଣରେ ଭାରତୀୟ ସେନା ପକ୍ଷରୁ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା।

୨୧ ମିନିଟର ଥିଲା ଅପରେସନ

ଭାରତୀୟ ବାୟୁସେନାର ଏହି ଅପରେସନର ୨୧ ମିନିଟର ଥିଲା । ଏହି ୨୧ ମିନିଟରେ ଭାରତୀୟ ବାୟୁସେନାର ୧୨ଟି ମିରାଜ-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନର ଅଲଗା ଅଲଗା ସ୍ଥାନରେ ଆକ୍ରମଣ କରି ୩୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି । ଏହା ସହ ଜୈଶର କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ।

ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ବାୟୁସେନାର ଏକାଧିକ ଏଫ୍‌୧୬ ଯୁଦ୍ଧ ବିମାନ ଆକାଶ ମାର୍ଗକୁ ଉଠିଥିଲା । କିନ୍ତୁ ଆକାଶ ମାର୍ଗରେ ଭାରତୀୟ ଯୁଦ୍ଧ ବିମାନର ଆକ୍ରମଣାତ୍ମକ ରୂପ ଦେଖି ପାଲଟା ଆକ୍ରମଣ କରିବା ପରିବର୍ତ୍ତେ ଫେରି ଯାଇଥିଲା।

Leave A Reply