ଆନ୍ଧ୍ରରେ ଫସି ରହିଛନ୍ତି ୨୧ ତୀର୍ଥଯାତ୍ରୀ : ଉଦ୍ଧାର ପାଇଁ ଆକୁଳ ନିବେଦନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ୬ଟି ପରିବାର ୨୧ ଜଣ ସଦସ୍ୟ ତିରୁପତି ଦର୍ଶନ କରିବାକୁ ଯାଇ ସେଠାରେ ଫସି ରହିଛନ୍ତି । ସେମାନେ ଚଳିତ ମାସ ୧୮ ତାରିଖ ଦିନ ତିରୁପତି ଦର୍ଶନ ପାଇଁ ଯାଇଥିଲେ ହେଲେ ୨୦ ତାରିଖ ଦିନ ଟ୍ରେନ ଚଳାଚଳ ବନ୍ଦ ହେବାରୁ ସେଠାରେ ଫସିରହିଛନ୍ତି। ସେମାନଙ୍କ ପାଖରେ ଯାହା ପଇସାପତ୍ର ଥିଲା ସବୁ ଶେ​ଷ ହୋଇ​‌ ଗଲାଣି। ଖାଇବା ପିଇବାକୁ ମଧ୍ୟ କିଛି ମିଳୁନାହିଁ ବୋଲି ସେମାନେ ଗୁହାରୀ କରି କହିଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଏହି ୬ଟି ପରିବାରର ୨୧ ଜଣ ଉଦ୍ଧାର କରି ନିଜ ଗାଁ କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

Comments are closed.