ବେଙ୍ଗାଲୁରୁରେ ୨୧ ବିଦେଶୀ ନାଗରିକ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଭିଜା ଅବଧି ସମାପ୍ତି ପରେ ବି ରହିବା ଅଭିଯୋଗରେ ରବିବାର ବିଭିନ୍ନ ଆଫ୍ରିକ୍ରିୟ ଦେଶର ୨୧ ଜଣ ନାଗରିକଙ୍କୁ ଗିରଫ କରାଯାଇଛି। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ଭିଜା ଅବଧି ଶେଷ ହେବା ପରେ ବି ରହିଥିବା ବିଦେଶ ନାଗରିକଙ୍କୁ ଚିହ୍ନଟ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ କ୍ରମେ ରବିବାର ନାଇଜେରିଆ, କଂଗୋ, ୟୁଗାଣ୍ଡା, ଆଇଭରୀ କୋଷ୍ଟ ଏବଂ ତାଂଜାନିଆର ୨୧ ଜଣ ନାଗରିକଙ୍କୁ ଗିରଫ କରାଯାଇଛି। ଏହାସହ ସେମାନେ ସନ୍ଦେହଜନକ ଗତିବିଧିରେ ଲିପ୍ତ ଥିବାର ଅଭିଯୋଗ ରହିଛି। ସେମାନଙ୍କ ବିରୋଧରେ ପାସପୋର୍ଟ, ବିଦେଶ ନାଗରିକ କାନୁନ ଏବଂ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

Comments are closed.