ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୯୫ ଏବଂ ସ୍ଥାନୀୟ ସଂକ୍ରମିତ ୮୭୫ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୫୭, ବାଲେଶ୍ୱର ୧୭୬, ବରଗଡ ୧୫, ଭଦ୍ରକରୁ ୬୬ ଜଣ ରହିଛନ୍ତି। ସେହିଭଳି ବଲାଙ୍ଗୀରରୁ ୭, ବଉଦ ୧୧, କଟକରୁ ୩୧୯ ଜଣଙ୍କୁ ଚିହ୍ନଟ କରାଯାଇଛି।

ଦେବଗଡ ଜିଲାରୁ ୩, ଢେଙ୍କାନାଳ ୪୪, ଗଜପତି ୬, ଗଞ୍ଜାମ ୧୨, ଜଗତସିଂହପୁର ୯୭ ଏବଂ ଯାଜପୁର ଜିଲାରୁ ୧୩୬ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଝାରସୁଗୁଡା ଜିଲାରୁ ୮, କଳାହାଣ୍ଡି ୧୨, କନ୍ଧମାଳ ୧୮, କେନ୍ଦ୍ରାପଡା ୭୭ ଓ କେନ୍ଦୁଝରରୁ ୭୭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୪୬, କୋରାପୁଟ ୨୩, ମାଲକାନଗିରି ୨୦, ମୟୁରଭଞ୍ଜ ୮୧, ନବରଙ୍ଗପୁର ୧୧, ନୟାଗଡ ୫୯ ଏବଂ ନୂଆପଡାରୁ ୭ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏହି ସମୟ ମଧ୍ୟରେ ପୁରୀ ଜିଲାରୁ ୧୧୦, ରାୟଗଡା ୧୮, ସମ୍ବଲପୁର ୧୬, ସୋନପୁର ୮, ସୁନ୍ଦରଗଡ ୬୬ ଏବଂ ଷ୍ଟେଟପୁଲରୁ ୮୫ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଉ ୨୫୬୩ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୯୨୩୨୦୯ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୨୧୭୪୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Comments are closed.