ବନ୍ଦେ ଭାରତ ମିଶନ, ୱାଶିଂଟନରୁ ଫେରୁଛନ୍ତି ୨୦୬ ଭାରତୀୟ

ବନ୍ଦେ ଭାରତ ମିଶନ ଅଧୀନରେ ଏକ ସ୍ୱତନ୍ତ୍ର ବିମାନ ୱାଶିଂଟନରୁ ୨୦୬ ଜଣ ଭାରତୀୟଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସେଠାରେ ଥିବା ଭାରତ ଦୂତାବାସ ପକ୍ଷରୁ ଟ୍ୱିଟ କରାଯାଇଛି ଯେ ୨୦୬ ଜଣ ଯାତ୍ରୀଙ୍କୁ ନେଇAI-104 IAD ବିମାନ ଦିଲ୍ଲୀ ଯାତ୍ରା କରିଛି।

ଗତ ମେ’ ୭ରୁ ଆରମ୍ଭ ହୋଇଥିବା ଏହି ମିଶନ୍ ଏବେ ତୃତୀୟ ପର୍ଯ୍ୟାୟରେ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କ ସ୍ବଦେଶ ଆଣୁଛି। ତୃତୀୟ ପର୍ଯ୍ୟାୟ ଜୁନ୍ ୧୧ରେ ଆରମ୍ଭ ହୋଇଥିବା ବେଳେ ଗତ ଗୁରୁବାର ସୁଦ୍ଧା ୩ ଲକ୍ଷ ୬୪ ହଜାର ୨୦୯ ଜଣ ଏହି ମିଶନ୍ ଅଧୀନରେ ଭାରତ ଫେରିଥିବା ବିଦେଶ ମନ୍ତ୍ରଣାଳୟ କହିଛି। ବନ୍ଦେ ଭାରତ ମିଶନର ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ଟି ମହାଦେଶର ୫୦ରୁ ଅଧିକ ଦେଶରୁ ପ୍ରାୟ ୮୭୫ଟି ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଯୋଜନା କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୭୦୦ରୁ ଅଧିକ ବିମାନ ୧ ଲକ୍ଷ ୫୦ ହଜାର ଭାରତୀୟଙ୍କୁ ଦେଶକୁ ଆଣିଛି।

Comments are closed.