୨୦୩୨ ଅଲିମ୍ପିକ୍‌ସ ବ୍ରିସ୍‌ବେନରେ : ଆଇଓସି

ଟୋକିଓ: ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ରେ ୨୦୩୨ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ କ୍ରୀଡ଼ା ଆୟୋଜିତ ହେବ। ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି (ଆଇଓସି) କାର୍ଯ୍ୟନିର୍ବାହୀ ବୋର୍ଡ ବୁଧବାର ଘୋଷଣା କରିଛି। ଅଷ୍ଟ୍ରେଲିଆ ୩ୟ ଥର ପାଇଁ ଅଲିମ୍ପିକ୍‌ସ ଆୟୋଜନ କରିବାର ଅଧିକାର ପାଇଛି। ପୂର୍ବରୁ ୧୯୫୬ ମେଲବୋର୍ଣ୍ଣ ଓ ୨୦୦୦ ସିଡ୍‌ନୀ ପରେ ଅଷ୍ଟ୍ରେଲିଆକୁ ଆଉ ଏକ ଅଲିମ୍ପିକ୍‌ସ ଆୟୋଜନ ନେଇ ଅଧିକାର ମିଳିଛି।

ବ୍ରିସ୍‌ବେନ୍ କିମ୍ବା କ୍ବିଇନ୍‌ସଲାଣ୍ଡ ପାଇଁ କେବଳ ନୁହେଁ; ସାରା​‌ ଦେଶ ପାଇଁ ଆଜି ଏକ ଐତିହାସିକ ଦିନ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ କହିଛନ୍ତି। ଅଲିମ୍ପିକ୍‌ସ ଏକ କ୍ରୀଡ଼ା ମହାକୁମ୍ଭ। ଏହା ଆୟୋଜନ ଦ୍ବାରା ଆର୍ଥିକ ସ୍ଥିତିକୁ ଉନ୍ନତି କରିବା ସହିତ ସାମାଜିକ ସ୍ଥିତିରେ ସହାୟକ ହୋଇଥାଏ।

Comments are closed.