୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ମହିଳା କ୍ରିକେଟ ସାମିଲ ହୋଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟ୍ବେଣ୍ଟି୨୦ ମ୍ୟାଚ ଜୁଲାଇ ୨୯ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଏଜ୍‌ବାଷ୍ଟନର ଷ୍ଟାଡ଼ିୟମରେ ଖେଳାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଅଗଷ୍ଟ ୪ ପର୍ୟ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଅଗଷ୍ଟ ୬ରେ ଦୁଇଟି ସେମିଫାଇନାଲ, ୭ରେ ତୃତୀୟ ସ୍ଥାନ ସହ ଫାଇନାଲ ମ୍ୟାଚ ଖେଳାଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୯ ଦିନ ଧରି କ୍ରିକେଟ ଖେଳାଯିବା ବେଳେ ୧୧ ଦିନ ସନ୍ତରଣ, ୮ ଦିନ ଜିମ୍ନାଷ୍ଟିକ୍‌, ୭ ଦିନ ଧରି ଦୌଡ଼କୁଦ ବିଭାଗ ପ୍ରତିଯୋଗିତା ଖେଳାଯିବ।

୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇଛି। ୧୯୯୮ କ୍ବାଲାଲାମ୍ପପୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଥିଲା​‌। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଆଇସିସି ମାନ୍ୟତାର ଏପ୍ରିଲ ସୁଦ୍ଧା ଶୀର୍ଷ ୬ ସ୍ଥାନରେ ଥିବା ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଥିବାବେଳେ ଆୟୋଜକ ଦଳ ଭାବେ ଇଂଲଣ୍ଡ ଯୋଗ୍ୟତା ହାସଲ କରିଛି। ଭାରତୀୟ ମହିଳା କ୍ରିକେଟ ଦଳ ବର୍ତ୍ତମାନ ଆଇସିସି ମାନ୍ୟତାର ୩ୟ ସ୍ଥାନରେ ରହିଛି।

Comments are closed.