ନବବର୍ଷ ୨୦୨୧ : ଏହି ଉପାୟ ଆପଣାଇଲେ ମିଳିବ ସୁଖସମୃଦ୍ଧି

ପାଖେଇ ଆସୁଛି ନବବର୍ଷ। ନବବର୍ଷ ୨୦୨୧ ସଭିଁଙ୍କ ପାଇଁ ମଙ୍ଗଳକାରୀ ହେଉ। ପ୍ରତ୍ୟେକଙ୍କ ଜୀବନରେ କିଛି ନା କିଛି ସମସ୍ୟା ଥାଏ। ଶାସ୍ତ୍ରରେ ଉଲ୍ଲେଖ ଥିବା କେତେକ ସରଳ ଉପାୟ ଦ୍ୱାରା ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିପାରିବ। ଏହି ନୂଆବର୍ଷରେ ସମସ୍ତଙ୍କର କିପରି ଧନ ବୃଦ୍ଧି ହେବ, ନୀରୋଗ ରହିବେ, କାର୍ୟ୍ୟକ୍ଷେତ୍ରରେ କିପରି ସଫଳତା ପାଇବେ, ଗୃହରୁ କିପରି ଅଶାନ୍ତି ଦୂର ହେବ, ବିବାହ ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବାର ଉପାୟ ବିଷୟରେ ଜାଣନ୍ତୁ……
ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ
ଏକ ପାନ ପତ୍ରରେ ଗୋଟିଏ ଲାଲ ଗୋଲାପ ଫୁଲ ରଖି ଓସ୍ତ ଗଛ ତଳେ ରଖି ପ୍ରଣାମ କରି ନିଜ ସଫଳତା ପାଇଁ ପ୍ରାର୍ଥନା କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଏହି ଉପାୟରେ କର୍ମକ୍ଷେତ୍ରରେ ପାଆନ୍ତୁ ସଫଳତା
କାର୍ୟ୍ୟସ୍ଥଳକୁ ଯାଇ ସେଠାରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଏହା ପରେ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ନିକଟରେ ସୁଗନ୍ଧିତ ଅଗରବତୀ ଲଗାଇବା ସହ ଏହି ମନ୍ତ୍ର ଜପ କରନ୍ତୁ। (ଓଁ ଶ୍ରୀ ଗଣେଶାୟ ନମଃ) , (ଓଁ ଶ୍ରୀ ମହାଲକ୍ଷ୍ମୀ ନମୋ ନମଃ)।
ନିରୋଗ ରହିବା ପାଇଁ କରନ୍ତୁ ଏହି ଉପାୟ
ଭଗବାନ ଶିବଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁ।
ଧବଳ ପୁଷ୍ପ ପ୍ରଭୁ ଶଙ୍କରଙ୍କୁ ଅର୍ପଣ କରନ୍ତୁ।
ସର୍ବଦା ସଫା ବସ୍ତ୍ର ପିନ୍ଧନ୍ତୁ।
ନିଜ ଶୟନ କକ୍ଷରେ ଶୋଇବା ପୂର୍ବରୁ କର୍ପୁର ଜଳାନ୍ତୁ।
ପିଲାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ
ପିଲାମାନଙ୍କୁ ଘରେ ପ୍ରସ୍ତୁତ ହେଉଥିବା ଭୋଜନ ଦିଅନ୍ତୁ।
ପାଣି ଅଧିକ ପିଇବାକୁ ଦିଅନ୍ତୁ।
ବଜାରର ଖାଦ୍ୟ ଅଧିକ ଦିଅନ୍ତୁ ନାହିଁ।
କର୍ମକ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ
ଏକ ଧବଳ ପଇତାକୁ କେଶର ରଙ୍ଗରେ ମିଶାଇ ଶୁକ୍ଳ ପକ୍ଷ ଗୁରୁବାରକୁ ଭଗବାନ ବିଷ୍ଣୁଙ୍କ ଡ଼ାହାଣ ହାତରେ ପିନ୍ଧାନ୍ତୁ ଓ ହଳଦିଆ ରଙ୍ଗର ମିଠା ଭୋଗ କରନ୍ତୁ। ଏହା ନିୟମିତ ୫ଟି ଗୁରୁବାର କରିବା ଦ୍ୱାରା କର୍ମକ୍ଷେତ୍ରରେ ନିଯୁକ୍ତି ମିଳିଥାଏ ବୋଲି କୁହାଯାଇଛି।
ଧନବୃଦ୍ଧି ପାଇଁ କରନ୍ତୁ ଏହି ଉପାୟ
ପାଞ୍ଚଟି ପଦ୍ମଫୁଲକୁ ସୁଗନ୍ଧିତ ଅତର ସହ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରି, ଶ୍ରୀମନ୍ତ୍ରର ୧୧ ଥର ଜପ କରନ୍ତୁ। ୨ଟି ପଦ୍ମଫୁଲ ମା’ଙ୍କ ଚରଣରେ ମଧ୍ୟ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ।
ବିବାହରେ ଥିବା ସମସ୍ୟାର ସମାଧାନ ପାଇଁ
ସର୍ବ ପ୍ରଥମେ ନିଜ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ହାଲକା ହଳଦିଆ କିମ୍ବା ଗୋଲାପି ରଙ୍ଗର ପୋଷାକ ପିନ୍ଧନ୍ତୁ। ପ୍ରଭୁ ମହେଶ୍ୱରଙ୍କୁ ପୂଜା କରନ୍ତୁ। ଅସହାୟ ଓ ଗରିବଙ୍କୁ ଦାନ କରନ୍ତୁ।
ଗୃହରୁ କଳହ ଦୂର କରିବାର ଉପାୟ
ପୂର୍ବ ପୁରୁଷଙ୍କୁ ସର୍ବଦା ଜଳ ଅର୍ପଣ କରନ୍ତୁ। ମାସକୁ ଥରେ ଘରେ ସଂକ୍ରାନ୍ତି ଦିନ ହୋମ କରନ୍ତୁ।
ଭୟରୁ ମୁକ୍ତି ପାଇଁ
ଯେଉଁମାନେ ଅଧିକ ଭୟ କରନ୍ତି ସେମାନେ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ।

Comments are closed.