ବିହାରରେ ଆଉ ଏକ ମେଣ୍ଟ: ହାତ ମିଳାଇଲେ କୁଶୱା, ଓୱେସୀ, ମାୟାବତୀଙ୍କ ସହ ୬ ଦଳ

ବିହାର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଜେଡ଼ିୟୁରେ ଯୋଗ ଦେଇଥିବା ପୂର୍ବତନ ଡ଼ିଜିପି ଗୁପ୍ତେଶ୍ଵର ପାଣ୍ଡେଙ୍କୁ ଟିକେଟ ନ ମିଳିବା ବଡ଼ ଖବର ବୋଲି ବିଚାର କରାଯାଉଥିବାବେଳେ ମାୟାବତୀ, ଅସଉଦ୍ଦିନ ଓୱେସୀ, ଉପେନ୍ଦ୍ର କୁଶୱା ଆଉ ଏକ ମେଣ୍ଟ ଗଠନ କରିଛନ୍ତି । ପୂର୍ବରୁ ଏନଡ଼ିଏ (ଜେଡ଼ିୟୁ-ବିଜେପି), ମହାଗଠବନ୍ଧନ (କଂଗ୍ରେସ-ଆରଜେଡ଼ି) ଗଠନ ହୋଇଥିବାବେଳେ ଏନଡ଼ିଏରୁ ସମ୍ପର୍କ ଛିଡ଼ାଇ ଚିରାଗ ପାଶ୍ଵାନଙ୍କ ଲୋକ ଜନଶକ୍ତି ପାର୍ଟି ଏକ ମେଣ୍ଟ ଗଢ଼ିଥିଲା । ଏବେ ଏହି ମେଣ୍ଟଗୁଡ଼ିକୁ ଓୱେସୀ, ମାୟାବତୀ ଓ ଆରଏଲଏସପି ମୁଖ୍ୟ ଉପେନ୍ଦ୍ର କୁଶୱାକୁ ନେଇ ଗଠିତ ନୂଆ ମେଣ୍ଟ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ । ଏହି ମେଣ୍ଟରେ 1.    RLSP 2.    AIMIM 3.    BSP 4.    Suheldev Bharatiya Samaj Party 5.    Samajwadi Janata Dal (Democratic) 6.    Jantantrik Party (Socialist) ସାମିଲ ହୋଇଛନ୍ତି ।

ଗୁରୁବାର ଉପେନ୍ଦ୍ର କୁଶୱା ଏହି ମେଣ୍ଟ ସମ୍ପର୍କରେ ସୂଚନା ଦେବା ସହ ଦେବେନ୍ଦ୍ର ଯାଦବ ମେଣ୍ଟର ସଂଯୋଜକ ରହିବେ ଏବଂ ମେଣ୍ଟର ନାମ  ଗ୍ରାଣ୍ଡ ଡେମୋକ୍ରାଟିକ୍ ସେକ୍ୟୁଲାର୍ ଫ୍ରଣ୍ଟ ରହିବ ବୋଲି ଘୋଷଣା କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଓୱେସୀ ବିହାରର ଲୋକଙ୍କୁ ଏହି ମେଣ୍ଟ ଏକ ନୂଆ ବିକଳ୍ପ ଦେବ ବୋଲି ଘୋଷଣା କରି ଉପେନ୍ଦ୍ର କୁଶୱା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ ନୀତୀଶ ସରକାରଙ୍କ ଶାସନ କାଳରେ ବିହାରର ଲୋକମାନେ ୧୫ ବର୍ଷ ଧରି ଠକିଛନ୍ତି, ବର୍ତ୍ତମାନ ଏକ ନୂତନ ବିକଳ୍ପ ଆବଶ୍ୟକ ବୋଲି ଓୱେସୀ କହିଛନ୍ତି ।

Comments are closed.