ରବିବାର ରାଶିଫଳ ( ୧୩-୦୯-୨୦୨୦)

ମେଷ: ଲାଗି ରହିଥିବା ବାଦ-ବିବାଦର ସୁ ସମାଧାନ ହୋଇପାରେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଆରମ୍ଭ କରିଥିବା କାର୍ଯ୍ୟ ଶୁଭଦାୟକ ହେବ। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା କମିବ। ସରକାରୀ ଲାଭ ମିଳିବ।

ବୃଷ: କାର୍ଯ୍ୟ ସନ୍ତୋଷଜନକ ହେବ। ଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ଭାବେ ସାମାଜିକ ଗୌରବ ମିଳିବ। ପରୋପକାରୀ ହେବେ। ତ୍ୟାଗଶୀଳ ହେବେ।

ମିଥୁନ: ଭଲ ରୋଜଗାର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

କର୍କଟ: ପୂର୍ବରୁ କରିଥିବା କାର୍ଯ୍ୟର ସଫଳତା ମିଳିବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ରାଜନୈତିକ କାର୍ଯ୍ୟ କଳାପରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବେ।

ସିଂହ: କର୍ମକ୍ଷେତ୍ରରେ ଅଗ୍ରଗାମୀ ହୋଇପାରନ୍ତି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ମିଳିବ।

କନ୍ୟା: ଆୟ ହେବ; ମାତ୍ର ସ୍ୱଳ୍ପ ପରିମାଣର। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ।

ତୁଳା: ଉଦାର ପ୍ରକୃତିର ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେବେ।

ବିଛା: ବିଭାଗୀୟ କାର୍ଯ୍ୟ ମନଯୋଗ ସହକାରେ ସଂପାଦନ କରିବେ। ସେବା ମନୋଭାବ ଜାଗ୍ରତ ହୋଇପାରେ। ପୂଜ୍ୟପୂଜା ଉପରେ ଗୁରୁତ୍ୱ ଦେବେ। ଶତ୍ରୁ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ପୂର୍ବାହ୍ଣରେ ସତର୍କ ରହିବେ।

ଧନୁ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣଙ୍କ ଦ୍ୱାରା ସହଜରେ ସମ୍ପାଦିତ ହେବ। ଧାର୍ମିକ ମନୋବୃତ୍ତିରେ ଉପବାସ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟୟିତ ହେବେ।

ମକର: ସମ୍ମାନିତ ହେବେ। ମନଫୁର୍ତ୍ତି ରହିବ। ବନ୍ଧୁ ସହାୟତା ପାଇ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଆନନ୍ଦିତ ହେବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଦିନଟି ଶୁଭଙ୍କର। ଋଣପରିଶୋଧ କରିବେ।

କୁମ୍ଭ: ସୁଯୋଗକୁ କରାୟତ୍ତ କରିପାରନ୍ତି। ଅଧିକାଂଶ ସମୟ ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ମୁଗ୍ଧକର ଖବର ମିଳିବ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।

ମୀନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ନେବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟାୟନ ହେବ। ଯାନବାହନ ଜନିତ ସୁଖ ଭୋଗ କରିପାରନ୍ତି। ଗୃହ ପରିବେଶ ଉତ୍ତମ ହେବ।

Comments are closed.