ଗୁରୁବାର ରାଶିଫଳ ( ୩-୦୯-୨୦୨୦ )

ମେଷ: ସୁଯୋଗର ଉପଯୋଗ କରିପାରନ୍ତି। ପଥରୋଧକୁ ଏଡ଼ାଇ ଆଗକୁ ବଢ଼ିବେ। ଶୁଭ ସମାଚାର ପାଇ ଖୁସି ହେବେ। ଯାତ୍ରା ଫଳପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସରକାରୀ କୃପା ମିଳିବ।

ବୃଷ: ଆୟ ଆଶାନୁରୂପ ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଚିତ୍ତରେ ପ୍ରସନ୍ନତା ଦେଖା ଦେବ। ପାରିବାରିିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବ ସୌଖ୍ୟ ଲାଭ କରିପାରନ୍ତି।

ମିଥୁନ: ପରଧନରେ ଧନୀ ହୋଇପାରନ୍ତି। ପ୍ରିୟଭାଷୀ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସଂପଦର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଭୋଗ ଓ ବିଳାସୀ ହେବେ।

କର୍କଟ: ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। କର୍ମଚଞ୍ଚଳ ରହିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ସିଂହ: ବନ୍ଧୁ ସହାୟତା ପାଇ ଉପକୃତ ହେବେ। ଶାନ୍ତ, ଶିଷ୍ଟ ସ୍ୱଭାବର ହେବେ। ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରୀୟ ହେବା ଆଶା କରାଯାଏ। ପୁତ୍ର ସୁଖ ମିଳିପାରେ। ବାକ୍‍ପଟୁ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହୋଇପାରନ୍ତି।

କନ୍ୟା: ପ୍ରୀତି ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସେବା ମନୋଭାବର ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ବିଦ୍ୱାନ୍‍ ଓ ଦୟାଳୁ ସ୍ୱଭାବର ହେବେ। ଧୈର୍ଯ୍ୟବାନ୍‍ ହେବେ। ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ। ସନ୍‍ମାର୍ଗୀ ହେବେ।

ତୁଳା: ଅଜାତ ଶତ୍ରୁ ହୋଇପାରନ୍ତି। ନିଜକର୍ମରେ ଦକ୍ଷତା ପ୍ରତିପାଦନ କରିବେ। ଚତୁର ହେବେ। ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶଯୁକ୍ତ ହେବେ। ଧନଶାଳୀ ହେବେ। ସରକାରୀ ଧନ ମିଳିପାରେ।

ବିଛା: ବିବାଦୀୟ ପରିସ୍ଥିତି ସ୍ୱାର୍ଥ ହାସଲ କରିପାରନ୍ତି। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି।

ଧନୁ: ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ଶଙ୍କାହୀନ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁ ସୁଖଭୋଗ କରିପାରନ୍ତି। ବୁଦ୍ଧି, ବିଦ୍ୟା ଓ ଶ୍ରେଷ୍ଠ କର୍ମଯୁକ୍ତ ହେବେ।

ମକର: ତ୍ୟାଗପୁତ ମନୋବୃତ୍ତିର ହୋଇପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନର ଅଧିକାରୀ ହେବେ। ଚଞ୍ଚଳମନା ହୋଇପାରନ୍ତି। ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ। କୀର୍ତ୍ତିମାନ୍‍ ହୋଇପାରନ୍ତି। ସହିଷ୍ଣୁ ହେବେ। ଉତ୍ତମ ବଂଶରୁ କନ୍ୟା ଲାଭ ହେବ।

କୁମ୍ଭ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ବନ୍ଧୁ ସୁଖ ମିଳିପାରେ। ଧନବାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶତ୍ରୁଘାତୀ ହେବେ। କର୍ମଚଞ୍ଚଳ ରହିବେ।

ମୀନ: ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ଦାନଶୀଳ ହେବେ। ଆନନ୍ଦ ଉପଭୋଗ କରିବେ। ଗୁଣବାନ୍‍ ହେବେ। ଧନଶାଳୀ ହେବେ। ମାନ-ସମ୍ମାନଯୁକ୍ତ ହେବେ। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ପରୋପକାରୀ ହୋଇପାରନ୍ତି।

Comments are closed.