ସରିଲା ଗଣତନ୍ତ୍ରର ମହାପର୍ବ

ନୂଆଦିଲ୍ଲୀ : ଦେଶରେ ୧୭ତମ ଲୋକସଭା ନିର୍ବାଚନ ସଫଳତାର ସହ ଶେଷ ହୋଇଛି। ଚଳିତ ନିର୍ବାଚନରେ ୫୪୨ଟି ଲୋକସଭା ଆସନ ପାଇଁ ୭ଟି ପ୍ରର୍ଯ୍ୟାୟରେ ନିର୍ବାଚନ କରାଯାଇଥିଲା। ସମସ୍ତ ପର୍ଯ୍ୟାୟରେ ଭାରତରେ ମୋଟ ୭୦ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଉପ ନିର୍ବାଚନ କମିଶନ ଅଧିକାରୀ ଉମେଶ ସିହ୍ନାଙ୍କ କହିବା ଅନୁସାରେ ବହୁ ସଂଖ୍ୟାରେ ମହିଳା, ବରିଷ୍ଠ ନାଗରିକ, ନୂଆ ଭୋଟର ଭୋଟ ଦେଇଛନ୍ତି। କିଛି ସ୍ଥାନରେ ହିଂସାକୁ ଛାଡିଦେଲେ ଭୋଟଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ସେ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ମୋଟ ୮,୦୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା ହୋଇଛି। ମେ ୨୩ ତାରିଖରେ ଭୋଟଗଣନା କରାଯିବ। ସମସ୍ତ ଭୋଟରଙ୍କୁ ନିର୍ବାଚନ ଆୟୋଗ ଧନ୍ୟବାଦ ଜଣାଇଛନ୍ତି।

Comments are closed.