୨୦୧୮ ବର୍ଷର ଆଇନ ଶୃଙ୍ଖଳା ପରିସ୍ଥିତି

0

କଟକ : ୨୦୧୮ ବର୍ଷରେ ଓଡ଼ିଶା ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା ବହୁ ବାଧାବିଘ୍ନ ଦେଇ ଗତି କରିଥିଲା। ଓକିଲ ମାନଙ୍କ ଆନ୍ଦୋଳନ, ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ, ମାଓ ଅପରେସନ ଆଦି ବହୁ ଘଟଣା ୨୦୧୮ ମସିହା ପାଇଁ ଖବରର ପୃଷ୍ଠାମଣ୍ଡନ କରିଥିଲା। ତେବେ ଆସନ୍ତୁ ଜାଣିବା ୨୦୧୮ର କିଛି ଆଇନ ଶୃଙ୍ଖଳାର କିଛି ଘଟଣା। 
ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ :
ଫେବୃଆରୀ ୨୩ ତାରିଖରେ ପାଟଣାଗଡ ବୋମା ବିସ୍ପୋରଣ ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଥିଲା। ଏହି ଘଟଣାରେ ସପ୍ଟୱେୟାର ଇଞ୍ଜିନିୟର ସୋମ୍ୟଶେଖର ଓ ତାଙ୍କ ଜେଜେ ମାଙ୍କ ମୃତ୍ୟୁ ହୋଇଥିଲା। ସୋମ୍ୟଶେଖରଙ୍କ ପତ୍ନୀ ଏହି ଘଟଣାରେ ଗୁରୁତର ହୋଇଥିଲେ। ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚ ଦୁଇ ମାସ ମଧ୍ୟରେ ଘଟଣାର ତଦନ୍ତ କରି ଇଂରାଜୀ ଅଧ୍ୟାପକ ପୁଞ୍ଚିଲାଲ ମେହେରଙ୍କୁ ଗିରଫ କରିଛି।
ପୁଲିସ-ଓକିଲ ବିବାଦ : କଟକରେ ଜଣେ ଓକିଲଙ୍କୁ ପୁଲିସ ମାଡ ମାରିବା ଘଟଣାରେ ହାଇକୋର୍ଟ ଓକିଲମାନେ ୭୮ ଦିନ ଧରି ଆନ୍ଦୋଳନ କରିଥିଲେ। ଅଗଷ୍ଟ ୨୮ରେ ଆରମ୍ଭ ହୋଇଥିଲା। ଏହି ଘଟଣାରେ ଡିଜିପି ଆର ପି ଶର୍ମା ଓକିଲଙ୍କ ସହ କଥାବାର୍ତ୍ତା କରି ନଭେମ୍ବର ୧୧ରେ ଏହାର ସମାଧାନ କରିଥିଲେ।
ମାଓବାଦୀ ଆକ୍ରମଣ :
ନଭେମ୍ବର ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଅଞ୍ଚଳରେ ପୁଲିସ ମାଓବାଦୀ ଗୁଳିବିନିମୟରେ ପାଞ୍ଜଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।
ଉହାନଦୀ ସେତୁରୁ ଖସିଲା ବସ : ନଭେମ୍ବର ୨୦ ତାରିଖରେ କଟକ ମହାନଦୀ ପୋଲରୁ ଏକ ଯାତ୍ରୀବାହୀ ବସ ଖସିପଡିଥିଲା। ଏହି ଘଟଣାରେ ୧୩ ଲୋକଙ୍କ ମୁତ୍ୟୁ ହୋଇଛି। ସେତୁରେ ଏକ ମଇଁଷି ବସ ଆଗକୁ ଆସିବାରୁ ବସଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଥିଲା।
ପୁରୁଷ ହକି ବିଶ୍ୱକପ :
ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଆୟୋଜନ କରାଯାଇଥିଲା। ବିଶ୍ୱକପ ଆୟୋଜନ କରିବା ପାଇଁ ଓଡ଼ିଶା ପୁଲିସ ପ୍ରଶାସନ ତରଫରୁ ବହୁ ସୁନ୍ଦର ଭାବେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା।
ସାମ୍ବାଦିକ ଅଭିଜିତ ଆୟର ଗିରଫ :
କୋଣାର୍କ ଓ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ପ୍ରତି ଅଭଦ୍ର ଟିପ୍ପଣୀକୁ ନେଇ ସାମ୍ବାଦିକ ଅଭିଜିତ ଆୟାରଙ୍କୁ ଗିରଫ କରାଯାଇଥିଲା। ପରେ ଅଭିଜିତ କ୍ଷମା ମାଗିବା ପରେ ତାଙ୍କୁ ଜେଲରୁ ମୁକୁଳାଇ ଯାଇଥିଲା।
ପୁରୀ ଧାଡି ଦର୍ଶନକୁ ନେଇ ବିରୋଧ :
ଅକ୍ଟୋବର ୩ ତାରିଖରେ ପୁôରୀ ଅଶାନ୍ତ ହୋଇପଡିଥିଲା। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାରେ ୨୬ ଜଣକୁ ଗିରଫ କରାଯାଇଥିଲା।
ହାତୀ ମୃତ୍ୟୁ :
ଢେଙ୍କାନାଳରେ ୭ ହାତୀଙ୍କ ମୃତ୍ୟୁକୁ ନେଇ ସରକାର ଉପରେ ଚାପ ସୃଷ୍ଟି କରାଯାଇଥିଲା। କ୍ରାଇମବ୍ରାଞ୍ଚକୁ ରାଜ୍ୟ ସରକାର ତଦନ୍ତ ଦାୟିତ୍ୱ ଦେଇଥିଲେ।

Leave A Reply