୨୦୦୮ ଜୟପୁର ବୋମା ବିସ୍ଫୋରଣ – ୪ ଅଭିଯୁକ୍ତ ଦୋଷୀସାବ୍ୟସ୍ତ

ଜୟପୁର: ୨୦୦୮ ଜୟପୁର ବୋମା ବିସ୍ଫୋରଣ ମାମଲାରେ ଜୟପୁର ସ୍ୱତନ୍ତ୍ର ଅଦାଲତ ବୁଧବାର ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପରେ ସେମାନଙ୍କ ବିରୁଦ୍ଧରେ ଦଣ୍ଡ ଘୋଷଣା କରାଯିବ। ୨୦୦୮ ମସିହା ମେ ମାସ ୧୩ ତାରିଖରେ ଜୟପୁରର ୮ଟି ଅଲଗା ଅଲଗା ସ୍ଥାନରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ କରାଯାଇଥିଲା। ଏହି ବିସ୍ଫୋରଣ ଘଟଣାରେ ୮୦ଜଣ ଲୋକ ପ୍ରାଣ ହରାଇଥିଲେ ଓ ୧୮୫ ଜଣ ଆହତ ହୋଇଥିଲେ।

ଅଦାଲତ ସାହାବାଜ ହୁସେନ ନାମକ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ମହମ୍ମଦ ସୈଫ୍‍, ମହମ୍ମଦ ସରୱାର୍‍ ଆଜମି, ମହମ୍ମଦ ସଲମନ ଓ ସୈଫୁର୍‍ ରେହେମାନଙ୍କୁ ଭାରତୀୟ ପିଙ୍ଗଳ ଆଇନ୍‍ର ବିଭିନ୍ନ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାର ତିନି ଜଣ ଅଭିଯୁକ୍ତ ଫେରାର୍‍ ଥିବା ବେଳେ ଆଉ ତିନି ଜଣ ଅଭିଯୁକ୍ତ ହାଇଦ୍ରାବାଦ ଓ ଦିଲ୍ଲୀର ଜେଲ୍‍ ଗୁଡ଼ିକରେ ରହିଛନ୍ତି।

Comments are closed.