୨୦୦୦ ଟଙ୍କିଆ ନୋଟ୍ ଛପା ବନ୍ଦ

ନୂଆଦିଲ୍ଲୀ : ୨୦୧୯ ଏପ୍ରିଲରୁ ଦେଶରେ ୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ ରହିଛି ବୋଲି ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି। କଳାଧନ କାରବାର ଓ ଟଙ୍କା ମହଜୁଦ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଆରବିଆଇ ସହ ଆଲୋଚନା କ୍ରମେ ସରକାର ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ଗୋଟିଏ ହେଲେ ୨୦୦୦ ଟଙ୍କିଆ ନୋଟ ଛପା ହୋଇନାହିଁ।

Comments are closed.