ଆଜିଠୁ ଗଡ଼ିଲା ୨୦୦ ଟ୍ରେନ୍‌

ଭୁବନେଶ୍ବର : ସୋମବାର ଠାରୁ ଦେଶରେ ମୋଟ ୨ଶହ ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ୍ ଚଳାଚଳ କରିବ । ପ୍ରଥମ ଦିନରେ ୧ ଲକ୍ଷ ୪୫ ହଜାର ଯାତ୍ରୀ ଏଥିରେ ଯାତ୍ରା କରିବେ। ଜୁନ୍‌ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍‌ରେ ମୋଟ ୨୬ ଲକ୍ଷ ଯାତ୍ରୀ ଆଗୁଆ ସଂରକ୍ଷଣ ଟିକଟ କରିଥିବା ଜଣାପଡିଛି। ଏହି ପାସେଞ୍ଜର ଟ୍ରେନ୍ ବ୍ୟତୀତ ମେ ୧୨ରୁ ଚାଲୁଥିବା ଶ୍ରମିକ ସ୍ପେଶାଲ ଓ ୩୦ଟି ସ୍ବତନ୍ତ୍ର ଏସି ଟ୍ରେନ୍ ମଧ୍ୟ ତା’ର ଯାତ୍ରୀ ପରିବହନ ଅବ୍ୟାହତ ରଖିବ। ଯେଉଁ ଯାତ୍ରୀମାନଙ୍କର କନ୍‌ଫର୍ମ ଓ ଆରଏସି ଟିକଟ ରହିଛି କେବଳ ସେହିମାନେ ହଁ ଟ୍ରେନ୍‌ ପହଞ୍ଚିବାର ନିର୍ଦ୍ଧାରିତ ସମୟର ୯୦ ମିନିଟ୍‌ ପୂର୍ବରୁ ଷ୍ଟେସନ୍‌ରେ ପହଞ୍ଚିବେ। ସେଇ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ପରେ ଷ୍ଟେସନ ଭିତରକୁ ପ୍ରବେଶ ଅନୁମତି ମିଳିବ। ଅସୁସ୍ଥ ଲୋକଙ୍କୁ ଯାତ୍ରା ଅନୁମତି ଦିଆଯିବନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାରରୁ ଚାଲିବାକୁ ଥିବା ଏହି ୨୦୦ଟି ଟ୍ରେନ୍‌ ମଧ୍ୟରୁ ଓଡ଼ିଶା ଦେଇ ୯ ଯୋଡ଼ା ଟ୍ରେନ ଚଳାଚଳ କରିବ । ତେ‌େ‌ବ ପ୍ରଥମ ଦିନ ମୋଟ ୩ଟି ଟ୍ରେନ ଭୁବନେଶ୍ବର ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ସୋମବାର ସକାଳ ୬ଟାରେ ଜନଶତାବ୍ଦୀ ଏକ୍ସପ୍ରେସ, ଦିନ ୨.୫୦ ରେ ଫଲକ୍‌ନୁମା ଏବଂ ସନ୍ଧ୍ୟାରେ ପୁରୁ‌େଷାତ୍ତମ ଏକ୍ସପ୍ରେସ ଚଳାଚଳ କରିବ। ତେବେ ଉକ୍ତ ଟ୍ରେନ ଗୁଡିକ ପୂର୍ବ ନିର୍ଦ୍ଧାରିତ ଷ୍ଟେସନରେ ରହିବ।
ଏନେଇ ଚଳିତମାସ ୨୧ ତାରିଖରୁ ଅଗ୍ରୀମ ବୁକଂି ଆରମ୍ଭ ହୋଇଥିଲା। ରେଲୱେ ସମସ୍ତ ସ୍ବତନ୍ତ୍ର ଟ୍ରେନକୁ ନେଇ ଅଗ୍ରୀମ ଆରକ୍ଷଣ ଅବଧିକୁ ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି ହୋଇଛି। ଉକ୍ତ ଟ୍ରେନ୍ ରେ ଯାତ୍ରା କରିବା ନେଇ ଯାତ୍ରୀମାନେ ରେଳବାଇ ୱେବସାଇଟ୍ ଏବଂ ମୋବାଇଲ ଆପ୍ ବ୍ୟତୀତ ରେଲୱେ ଷ୍ଟେସନର ଆରକ୍ଷଣ କାଉଣ୍ଟର, ଡାକଘର, ଯାତ୍ରୀ ଟିକଟ ସୁବିଧା କେନ୍ଦ୍ର ଏବଂ କମନ ସର୍ଭିସ୍ ସେଣ୍ଟର୍ସରୁ ମଧ୍ୟ ଟିକଟ ବୁକିଂ କରିବା ବ୍ୟବସ୍ଥା ମଧ୍ୟ ହୋଇଛି। ଯାତ୍ରୀଙ୍କୁ ଯାତ୍ରା ସମୟରେ ସାମାଜିକ ଦୂରତ୍ବ ପାଳନ କରିବାକୁ ପଡ଼ିବ। ଗୁରୁତର ରୋଗ ଗ୍ରସ୍ତ ଲୋକ, ଗର୍ଭବତୀ ମହିଳା ଏବଂ ବୟସ୍କ ଲୋକ ଏବଂ ୧୦ ବର୍ଷରୁ କମ୍ ବୟସର ଉକ୍ତ ଟ୍ରେନରେ ଯାତ୍ରା କରିବା ନେଇ କଟକଣା ରହିଛି।
ଅନ୍ୟପକ୍ଷରେ ଯାତ୍ରା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନଂି ପରେ ଷ୍ଟେସନ ମଧ୍ୟକୁ ପ୍ରବେଶ ପାଇଁ ନିୟମ ରହିଛି। ଏନେଇ ଭୁବନେଶ୍ବରର ଏକ ନମ୍ବର ପ୍ଲାଟଫର୍ମ ଯାତ୍ରୀ ପ୍ରବେଶ ପଥରେ ଥର୍ମାଲ ଇମେଜ ସ୍କ୍ରିନଂି କ୍ୟାମେରା ଲାଗିବ ନେଇ ଯୋଜନା ମଧ୍ୟ ହୋଇଥିଲା; ହେଲେ ନିର୍ଦିଷ୍ଟ ସମୟରେ ଆବଶ୍ୟକୀୟ ଯନ୍ତ୍ରାଶଂ ପହଞ୍ଚି ପାରିନଥିବାରୁ ଏହା ଲାଗିପାରିନାହଁି। ଏଥିରେ ଏକା ଥରକେ ୧୫ଜଣ ଯାତ୍ରୀଙ୍କ ସ୍କ୍ରିନଂି ହୋଇପାରିଥାନ୍ତା। ପୂର୍ବରୁ ଜଣ ଜଣ କରି ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନଂି କରାଯାଉଥିବା ବେଳେ ନାନା ସମସ୍ୟା ଉପୁଜୁଥିଲା। ଆବଶ୍ୟକତା ଅନୁସାରେ କମ୍‌ ଥର୍ମାଲ ସ୍କ୍ରିନଂି ମେସିନ ଥିବାରୁ ଯାତ୍ରୀଙ୍କୁ ଘଣ୍ଟାଏ ଦୁଇଘଣ୍ଟା ପୁର୍ବରୁ ‌େ‌ଷ୍ଟସନକୁ ପହଞ୍ଚିବାକୁ ପଡୁଥିଲା। ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଥର୍ମାଲ ଇମେଜ ସ୍କ୍ରିନଂି କ୍ୟାମେରା ଖୁବ ଶୀଘ୍ର ଲଗାଯିବ। ଉଭୟ ଯାତ୍ରୀ ଏବଂ ରେଳବାଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି।

Comments are closed.