ଶସ୍ତା ହେବ ଟିଭି ଦେଖା – ୧୩୦ରେ ୨୦୦ ଚ୍ୟାନେଲ

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ନୂଆବର୍ଷରୁ ଏହାର କେବୁଲ ଟିଭି ଓ ଡିଟିଏଚ୍ ଟାରିଫ୍‌ ମୂଲ୍ୟରେ ସଂଶୋଧନ କରିଛି। ଏହା ଫଳରେ ମହଙ୍ଗା କେବୁଲ ଟିଭି ଓ ଡିଟିଏଚ୍ କନେକ୍ସନରୁ ଗ୍ରାହକଙ୍କୁ ମିଳିବ ମୁକ୍ତି। ଏଥିରେ ଟ୍ରାଇ କେବୁଲ ଟିଭି ଓ ଡିଟିଏଚ୍ ଗ୍ରାହକଙ୍କ ପାଇଁ ବଡ ରିଆତି ଘୋଷଣା କରିଛି। ଏଣିକି ମାତ୍ର ୧୩୦ ଟଙ୍କା ପଇଠ କରି ଗ୍ରାହକ ୨୦୦ଟି ଚ୍ୟାନେଲର ମଜା ଉଠାଇପାରିବେ। ଏହି ସୁବିଧା ମାର୍ଚ୍ଚ ପହିଲାରୁ ଲାଗୁ ହେବ।

ନୂଆ ନିୟମ ଅନୁସାରେ ପ୍ରସାରଣକାରୀ ଚଳିତମାସ ୧୫ ପର୍ୟ୍ୟନ୍ତ ନିଜ ଚ୍ୟାନେଲର ଟାରିଫ୍‌ ବା ଦର ୱେବସାଇଟରେ ଦର୍ଶାଇବାକୁ ହେବ। ୩୦ ଜାନୁଆରୀ ପର୍ୟ୍ୟନ୍ତ ସମସ୍ତ ଚ୍ୟାନେଲଗୁଡ଼ିକ ସେମାନଙ୍କର ମୂଲ୍ୟ ତାଲିକା ପ୍ରକାଶ କରିବେ। ମାର୍ଚ୍ଚ ପହିଲାରୁ ନୂଆ ଦର ଲାଗୁ ହେବ। କେବୁଲ୍ ଟିଭି ଓ ପ୍ରସାରଣ ସେବା ପାଇଁ ଏଭଳି ନୂଆ ରୂପରେଖ ପ୍ରସ୍ତୁତ କରିଛି ଟ୍ରାଇ। ଟ୍ରାଇର ନୂଆ ନିୟମ ଅନୁସାରେ ଗ୍ରାହକ କମ ମୂଲ୍ୟରେ ଅଧିକ ଚ୍ୟାନେଲ ଦେଖିପାରିବେ। ପ୍ରଚଳିତ ନିୟମରେ ଗ୍ରାହକଙ୍କୁ ୧୩୦ ଟଙ୍କାରେ କେବଳ ୧୦୦ ଫ୍ରି ଟୁ ଏୟାର ଚ୍ୟାନେଲ୍ ଉପଲବ୍ଧ ହେଉଥିଲା। ଟିକସ ମିଶାଇ ଉପଭୋକ୍ତାଙ୍କୁ ୧୫୪ ଟଙ୍କା ପଇଠ କରିବାକୁ ପଡ଼ୁଥିଲା। ଏଥିରୁ ୨୬ ଚ୍ୟାନେଲ କେବଳ ପ୍ରସାର ଭାରତୀର ରହୁଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ ଦିଆଯାଉଥିବା ମାସିକ ଶୁଳ୍କ ୧୬୦ ଟଙ୍କା ଧାର୍ୟ୍ୟ କରାଯାଇଛି।

ଏହାବାଦ ଅତିରିକ୍ତ ମନପସନ୍ଦର ଚ୍ୟାନେଲ ଦେଖିବା ପାଇଁ ଗ୍ରାହକଙ୍କୁ ନିର୍ଦ୍ଧାରିତ ଟଙ୍କା ପଇଠ କରିବାକୁ ପଡିବ। ସମସ୍ତ ପ୍ରମୁଖ ପ୍ରସାରଣକାରୀ ନିଜର ପ୍ୟାକେଜ ଘୋଷଣା କରି ରଖିଛନ୍ତି। ଘରେ କିମ୍ବା କାର୍ୟ୍ୟାଳୟରେ ଏକରୁ ଅଧିକ କନେକ୍‌ସନ୍‌ ନେଲେ ୪୦ ପ୍ରତିଶତ ରିହାତି ପ୍ରଦାନ କରାଯିବ ବୋଲି ଟ୍ରାଇ କହିଛି। ଏହା ଫଳରେ ଏବେ କେବୁଲ କମ୍ପାନୀଗୁଡିକ ଏପରି କନେକ୍ସନ ଦେବା ସମୟରେ ଦାମ କମ କରିବାକୁ ପଡିବ। ବର୍ତ୍ତମାନ ସମୟରେ ଏପରି କନେକ୍ସନ ଉପରେ ମଧ୍ୟ ଏନସିଏଫ ପ୍ରଥମ କନେକ୍ସନ ସହ ସମାନ ରହୁଥିଲା। ସେମାନେ ୧୨ ଟଙ୍କାରୁ କମ ମୂଲ୍ୟସମୀକ୍ଷା ପରେ ୨୦୦ ଚ୍ୟାନେଲ ପାଇଁ ଟ୍ରାଇ ସର୍ବାଧିକ ନେଟୱର୍କ କ୍ଷମତା ଫି (ଏନସିଏଫ୍) ଶୁଳ୍କ ହ୍ରାସ କରି ୧୩୦ ଟଙ୍କା କରିଦେଇଛି। ଟ୍ରାଇ ଚ୍ୟାନେଲ ପାଇଁ କ୍ୟାରେଜ ଫି’ ୪ ଲକ୍ଷ ଟଙ୍କା ଧାର୍ୟ୍ୟ କରିଛି।

Comments are closed.