ଉତ୍ତର-ପୂର୍ବ ରେଳବାଇର ୨୦ଟି ରେଳ ଚଳାଚଳ ୨ ମାସ ପାଇଁ ବାତିଲ୍‍

0

ଲକ୍ଷ୍ନୌ : ଖରାପ ପାଣିପାଗ ଓ ଘନ କୁହୁଡ଼ି ଯୋଗୁଁ ଗୁରୁବାର ଉତ୍ତର-ପୂର୍ବ ରେଳବାଇର ୨୦ଟି ରେଳ ଚଳାଚଳ ବାତିଲ୍‍ ହୋଇଛି। ଉତ୍ତରପ୍ରଦେଶ ଗୋରଖପୁର ଏବଂ ବାସ୍ତିରୁ ଚଳାଚଳ କରୁଥିବା ୮ଟି ରେଳକୁ ମିଶାଇ ମୋଟ ୨୦ଟି ରେଳ ଚଳଚଳକୁ ୨ ମାସ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି। ଅର୍ଥାତ ୨୦୧୯ ଫେବୃଆରୀ ୧୫ ପର୍ଯ୍ୟନ୍ତ ଏହି ଟ୍ରେନ୍‍ଗୁଡ଼ିକ ଚଳାଚଳ ବନ୍ଦ ରହିବ। ବାତିଲ୍‍ ସହ ୧୪ଟି ରେଳର ଚଳାଚଳକୁ ହ୍ରାସ କରାଯାଇଛି। ବାତିଲ ହୋଇଥିବା ରେଳ ଗୁଡ଼ିକ ମଧ୍ୟରେ ଗୋରଖପୁର-ଅମ୍ରିତସର ଏକ୍ସପ୍ରେସ୍‍, ଅମ୍ରିତସର-ଖୋରଫପୁର ଏକ୍ସପ୍ରେସ୍‍, ସୀତାମାରହି-ଆନନ୍ଦବିହାର ଏକ୍ସପ୍ରେସ୍‍, ଆନନ୍ଦବିହାର- ତୀତାମାରହି ଏକ୍ସପ୍ରେସ୍‍, ଜୟନଗର-ଅମ୍ରିତସର ଏକ୍ସପ୍ରେସ୍‍, ଆହ୍ଲାବାଦ- ବସ୍ତି ଏକ୍ସପ୍ରେସ୍‍ ଏବଂ ବସ୍ତି- ଆହ୍ଲାବାଦ୍‍ ଏକ୍ସପ୍ରେସ୍‍ ସମେତ ମୋଟ ୨୦ଟି ରେଳ ରହିଛି।

Leave A Reply