ମଣିଷ ଉପରେ ଦାଉ ସାଧୁଛି ପ୍ରକୃତି: ଆସାମରେ ଭୂସ୍ଖଳନ; ୨୦ ମୃତ

ଗୌହାଟୀ: ଦକ୍ଷିଣ ଆସାମରେ ସୋମବାର ଦିନ ହୋଇଥିବା ଭୂସ୍ଖଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆସାମର ବାରକ ଭ୍ୟାଲି ଉପତ୍ୟକାର ତିନୋଟି ଜିଲ୍ଲାରେ ଘଟିଥିବା ଏହି ଭୂସ୍ଖଳନରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଖବର ଅନୁଯାୟୀ, ଚାଚର ଜିଲ୍ଲାରେ ୭ ଜଣ, ହାଇଲାକନ୍ଦି ଜିଲ୍ଲାରେ ୭ଜଣ ଏବଂ କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ଘଟିଛି।


ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆସାମର କରିମଗଞ୍ଜ, ସିଲଚନ ଓ ହିଲାକାଣ୍ଡି ଅଞ୍ଚଳରେ ଭୂ-ସ୍ଖଳନ ଘଟିଛି । ଏହି ଅଞ୍ଚଳରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି।  ବର୍ତ୍ତମାନ ସମୟରେ ଏନଡିଆରଏଫ୍ ଟିମ୍ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.