ଦିଲ୍ଳୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‍ ରେଳ ଖାଦ୍ୟ ଖାଇ ୨୦ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ : ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ରେଳ ଖାଦ୍ୟ ଖାଇ ରବିବାର ୨୦ ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁସାରେ ରେଳରେ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ୨୦ ଜଣ ଯାତ୍ରୀ ବାନ୍ତି ହେବା, ମୁଣ୍ଡ ବିନ୍ଧିବା ଓ ପେଟରେ ଯନ୍ତ୍ରଣା ହେଉଥିବା କହିଥିଲେ। ଏହା ପରେ ଗୋମୋହ ରେଳ ଷ୍ଟେସନ ନିକଟରେ ଡାକ୍ତର ରୋଗୀଙ୍କ ଚିକିତ୍ସା କରିଥିଲେ ଓ ଔଷଧ ଦେଇଥିଲେ। ଏହାପରେ ବୋକାରୋ ରେଳ ଷ୍ଟେସନରେ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଓ ସମସ୍ତ ଯାତ୍ରୀଙ୍କ ଅବସ୍ଥା ଭଲ ଅଛି ବୋଲି ରେଳବାଇ ମୁଖପାତ୍ର କହିଛନ୍ତି। ଯାତ୍ରୀଙ୍କ ସୁବିଧା ପ୍ରତି ସମସ୍ତ ଧ୍ୟାନ ଦିଆଯାଉଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Comments are closed.