ଆଠଗଡରେ ୨୦ କରୋନା ଆକ୍ରାନ୍ତ, ଜଣେ ସନ୍ଦିଗ୍ଧ ମୃତ

ଆଠଗଡ : ଆଠଗଡ ଅଞ୍ଚଳରେ ଶୁକ୍ରବାର ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କର ସମସ୍ତ କରୋନା ଲକ୍ଷଣ ଥାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆଣ୍ଟିଜେନ ପରୀକ୍ଷଣରୁ ଆଠଗଡ ଡାକ୍ତରଖାନାରେ ୬୫ଙ୍କ ମଧ୍ୟରୁ ୮ଜଣ, ବ୍ରହ୍ମପୁର ସିଏଚସିରେ ୨୩ଙ୍କ ମଧ୍ୟରୁ ୭, ଖୁଣ୍ଟୁଣୀ ଡାକ୍ତରଖାନାରେ ୨୩ଙ୍କ ମଧ୍ୟରୁ ୪ ଏବଂ ଛ’ଗାଁ ଶିବିରରେ ୪ଜଣଙ୍କ ପରୀକ୍ଷଣରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଠଗଡରେ ୪୧, ବ୍ରହ୍ମପୁର ସିଏଚସିରେ ୪୯ ଓ ଛ’ଗାଁ ଶିବିରରେ ୪୩ଜଣଙ୍କୁ ମିଶାଇ ମୋଟ ୧୩୩ଜଣଙ୍କର ସ୍ୱାବ୍‍ ନମୁନା ଆରଟିପିସିଆର ପରୀକ୍ଷା ପାଇଁ କଟକ ପଠାଯାଇଛି। ସେହିପରି ଆଠଗଡ ଏନଏସିର କନ୍ତୋଲସ୍ଥିତ ୧୩ନଂ ୱାର୍ଡର ଭାଷ୍କର ନାଏକ(୬୨) ଗତ କିଛିଦିନ ହେଲା ଜ୍ୱର ହେଉଥିବାବେଳେ ସେ ନିଜର କୋଭିଡ ପରୀକ୍ଷା କରାଇନଥିଲେ। ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ପ୍ରଥମେ ଆଠଗଡ ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ କରୋନା ସନ୍ଦିଗ୍ଧ ହୋଇଥିବାରୁ ତାଙ୍କ ମୃତ ଦେହକୁ ସିଏମସି ପକ୍ଷରୁ ସତିଚଉରାଠାରେ ଶେଷକୃତ୍ୟ କରାଯାଇଥିଲା।

Comments are closed.