୨୦ କୋଟି ଟଙ୍କାରେ ନିର୍ମିତ ଦେଶର ସବୁଠାରୁ ମହଙ୍ଗା ଦୁର୍ଗା ମୂର୍ତ୍ତି; ବ୍ୟବହାର ହୋଇଛି ୫୦ କେଜି ସୁନା

ଦୁର୍ଗା ପୂଜା ପାଇଁ ସାରା ଦେଶରେ ଆକର୍ଷଣର କେନ୍ଦ୍ର ସାଜିଥିବା ପଶ୍ଚିମବଙ୍ଗର କଲକାତା ଏଥର ମଧ୍ୟ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ପୂଜା କମିଟି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଥିବା ବେଳେ ଏହି ଧାରାରେ ଆଗରେ ରହିଛି କଲକାତା ସହରର ଏକ ପୂଜା ମଣ୍ଡପ। ପ୍ରାୟ ୨୦ କୋଟି ଟଙ୍କାର ଦୁର୍ଗା ମା’ଙ୍କ ମୂର୍ତ୍ତି ନିର୍ମାଣ କରି ପୁଣି ଚର୍ଚ୍ଚାକୁ ଆସିଛି ଏହି ମଣ୍ଡପ। ଯାହା ସାରା ଦେଶର ପ୍ରଥମ ବୋଲି କମିଟିର ଅଧ୍ୟକ୍ଷ ଦାବି କରିଛନ୍ତି।

ଗତ ଦୁଇ ବର୍ଷ ତଳେ ୨୨ କେଜି ଓଜନର ସୁନା ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ଏହି ପୂଜା କମିଟି ଚଳିତ ବର୍ଷ ୫୦ କେଜି ଓଜନର ସୁନା ଦୁର୍ଗା ମୂର୍ତ୍ତି ନିର୍ମାଣ କରିଛି। କେବଳ ମୂର୍ତ୍ତି ନୁହେଁ ପେଣ୍ଡାଲ ନିର୍ମାଣରେ ମଧ୍ୟ ସୁନା ବ୍ୟବହାର କରାଯାଇଛି। ଏହା ସହ ମା’ଙ୍କ ବାହନ ଏବଂ ମହିଷାସୁରକୁ ମଧ୍ୟ ସୁନାରେ ସଜା ଯାଇଛି। କଲକାତାର ସନ୍ତୋଷ ମିତ୍ର ସ୍କୱାୟାର ଦୁର୍ଗାତ୍ସବ ସମିତି ପକ୍ଷରୁ ଏହା ନିର୍ମାଣ କରାଯାଇଛି।

୧୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତି ନିର୍ମାଣ କରିବା ପାଇଁ ଆୟୋଜକମାନେ କିଛି ଟଙ୍କା ନେଇ ନାହାନ୍ତି । ବରଂ ଅଳଙ୍କାର ଦୋକୀନଙ୍କ ଠାରୁ ସୁନା ସଂଗ୍ରହ କରି ଏହାକୁ ନିର୍ମାଣ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ମୂର୍ତ୍ତି ବିସର୍ଜନ ପରେ ସେମାନେ ନିଜ ସୁନା ଫେରି ପାଇବେ ବୋଲି କିମିଟି ପକ୍ଷରୁ କୁହାଯାଇଛି। ଏହାର ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୭ରେ ଏହି ପୂଜା କିମିଟି ପକ୍ଷରୁ ୨୨ କେଜି ଓଜନର ସୁନା ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଯାହା ସେତେବେଳର ସବୁଠାରୁ ଅଧିକ ବଜେଟ୍‌ ଥିବା ବେଳେ ଆକର୍ଷଣର କେନ୍ଦ୍ର ପାଲଟିଥିଲା।

Comments are closed.