ଆନ୍ଧ୍ର ଚାଲାଣ ବେଳେ ୨୦ ଶିଶୁ ଶ୍ରମିକ ଉଦ୍ଧାର

ଗୁଣପୁର: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ସଦର ବଙ୍ଗାଳିଗୁଡା ନିକଟରୁ ୨୦ ଶିଶୁ ଶ୍ରମିକଙ୍କୁ ରବିବାର ଉଦ୍ଧାର କରାଯାଇଛି। ଏହି ପିଲାମାନଙ୍କୁ ଆନ୍ଧ୍ର ଚାଲାଣ କରାଯିବା ସମୟରେ ଚାଇଲ୍ଡଲାଇନ୍‌ ସଦସ୍ୟମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ, ଜଣେ ଦଲାଲ ୨ଟି ମିନିଭ୍ୟାନ୍‌ ଜରିଆରେ ପିଲାମାନଙ୍କୁ ଆନ୍ଧ୍ର ଚାଲାଣ କରୁଥିଲା। ଖବର ପାଇ ଚାଇଲ୍ଡଲାଇନ ସଦସ୍ୟମାନେ ରାମନାଗୁଡ଼ା ପୁଲିସ ସହ ସେଠାରେ ପହଞ୍ଚିଥିଲେ। ପୁଲିସକୁ ଦେଖି ଦଲାଲ ଫେରାର ହୋଇଯାଇଥିଲା। ଉଦ୍ଧାର ଶିଶୁଶ୍ରମିକମାନେ ବଙ୍ଗାଳିଗୁଡା, ପୁରଟିଗୁଡା, ପାରିଖିତି ଗ୍ରାମର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଏହି ୨୦ ଶିଶୁ ଶ୍ରମିକଙ୍କୁ ଆନ୍ଧ୍ରର କୁରୁଫାମକୁ ଚାଲାଣ କରାଯାଉଥିବା ଚାଇଲ୍ଡଲାଇନ ସଦସ୍ୟ ଦୁର୍ଗାପ୍ରସାଦ ସେନାପତି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ଶିଶୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Comments are closed.