କରେନା ଟିକାକରଣ : ଟିକା ନେଲେଣି ୨୦.୮୯ କୋଟି

ନୂଆଦିଲ୍ଲୀ : ଦେଶରେ ଆଜି ସୁଦ୍ଧା ୨୦ କୋଟି ୮୯ ଲକ୍ଷ ୨ ହଜାର ୪୪୫ ଜଣଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରେ ୧୬କୋଟି ୪୫ଲକ୍ଷ ୨୭ ହଜାର ୪୭୦ ଜଣଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୪ କୋଟି ୪୦ ଲକ୍ଷ ୮୫ ହଜାର ୩୬୪ ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ୧୮ରୁ ୪୪ ବୟସ ବର୍ଗରେ ୧ କୋଟି ୬୬ଲକ୍ଷ ୪୭ ହଜାର ୧୨୨ ଜଣଙ୍କୁ ପ୍ରଥମ ପାନ ଏବଂ ୨୭୫ ଜଣଙ୍କୁ ଦ୍ୱିତୀୟ ପାନ ଦିଆଯାଇଛି।

ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗରେ ୫ କୋଟି ୮୧ ଲକ୍ଷ ୨୩ ହଜାର ୨୯୭ ଜଣଙ୍କୁ ପ୍ରଥମ ପାନ ଏବଂ ୧ କୋଟି ୮୫ ଲକ୍ଷ ୪୧ ହଜାର ୨୨୨ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ସେହିପରି ୪୫ରୁ ୬୦ ବୟସ ବର୍ଗରେ ୬ କୋଟି  ୪୪ ଲକ୍ଷ ୭୧ ହଜାର ୨୩୨ ଜଣଙ୍କୁ ପ୍ରଥମ ପାନ, ୧ କୋଟି ୩ ଲକ୍ଷ ୩୭ ହଜାର ୯୨୫ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି।  ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ୧ କୋଟି ୫୪ଲକ୍ଷ ୪୧ ହଜାର ୨୦୦ଜଣଙ୍କୁ ପ୍ରଥମ ପାନ, ୮୪ ଲକ୍ଷ ୪୭ ହଜାର ୧୦୩ ଜଣଙ୍କୁ ଦ୍ୱିତୀୟ ପାନ ଏବଂ ସମ୍ମୁଖ ଯୋଦ୍ଧାଙ୍କ କ୍ଷେତ୍ରରେ ୯୮ ଲକ୍ଷ ୪୪ ହଜାର ୬୧୯ ଜଣଙ୍କୁ ପ୍ରଥମ ପାନ ଏବଂ ୬୭ଲକ୍ଷ ୫୮ ହଜାର ୮୩୯ ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ଆଗାମୀ ଦିନରେ ସରକାର ଦିନକୁ ୧ କୋଟି ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Comments are closed.