ମଦ ପିଇ ଦୁଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ

0

ଅନୁଗୁଳ : ଅନୁଗୁଳ ଜିଲା ବନ୍ତଳା ଥାନା ଚନ୍ଦନପୁର ଅଞ୍ଚଳରେ ମଦ ପିଇ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ସୁନ୍ଦରଗଡ଼ର ବିମଳା ନାୟକ ଓ  ବୁଦୁନି ନାୟକ। ଉଭୟ ବନ୍ତଳା ଥାନା ପୁରୁଣାଗଡ଼ ଚନ୍ଦନପୁର ଅଞ୍ଚଳରେ ରାଜା ସିଂ ର କୁକୁଡ଼ା ଫାର୍ମହାଉସରେ କାମ କରୁଥିଲେ। ସେମାନଙ୍କ ସହିତ ଆହୁରି ୮ ଜଣ ମହିଳା ମଧ୍ୟ ଏହି କୁକୁଡ଼ା ଫାର୍ମରେ କାମ କରନ୍ତି। ମଙ୍ଗଳବାର ରାତିରେ ଦୁଇଜଣ ମହିଳା ପାଖରେ ଥିବା ଏକ ମଦ ଭାଟିକୁ ଯାଇ ମଦ ପିଇ କରି ଆସିଥିଲେ । ବୁଧବାର ସକାଳେ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଉଠି ନଥିଲେ। ସେମାନଙ୍କୁ ଲୋକମାନେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply