ଡ଼ୁଙ୍ଗିବାହାଲରେ ଜଣେ ବାଳକ କରୋନା ପଜିଟିଭ : ୨ଟି ଗାଁ ୫୨ ଘଣ୍ଟା ସଟ ଡ଼ାଉନ

ତୁଷୁରା : ଗୁଡ଼ଭେଳା ବ୍ଳକ ସଦର ପଂଚାୟତର ଡ଼ୁଙ୍ଗିବାହାଲ ଗ୍ରାମର ଜଣେ ୪ ବର୍ଷ ବୟସ୍କ ଶିଶୁର କରୋନ ପଜିଟିଭ ବାହାରିବାରୁ ଗୁଡ଼ଭେଲା ଓ ଡ଼ୁଙ୍ଗିବାହାଲ ଗ୍ରାମକୁ ଗୁଡ଼ଭେଲା ସରପଂଚ ୫୨ ଘଂଟା ଧରି ସଟଡ଼ାଉନ ଘୋଷଣା କରୀଛନ୍ତି। କରୋନା ବାହାରିଥିବା ଶିଶୁକୁ ବଲାଙ୍ଗିର ସ୍ଥିତ କୋଭିଡ଼ ଡ଼ାକ୍ତରଖାନାରେ ତାଙ୍କ ମାଆଙ୍କ ସହିତ ଭର୍ତି କରାଯାଇଛି।

ଏହା ପୂର୍ବରୁ ଉକ୍ତ ଗ୍ରାମର ଦୁଇ ସ୍ୱାମୀ ସ୍ତ୍ରୀଙ୍କୁ କଳାହାଣ୍ଡିରେ ଆଂଟୀଜେନ କିଟ ଟେଷ୍ଟରେ କରୋନା ପଜିଟିଭ ହୋଇଥିବା ନେଇ ଜଣାପଡ଼ିଥିବାବେଳେ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ଏହାପରେ ଆଖାପାଖ ୧୨/୧୩ଟି ଗ୍ରାମରେ କଂଟ୍ରାକ୍ଟ ଟ୍ରେସିଂଙ୍ଗ ମାଧ୍ୟମରେ ଲୋକଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା। ସେଥିରୁ ଉକ୍ତ ଶିଶୁଟିର ଟେଷ୍ଟ ପଜିଟିଭ ଆସିଥିଲା। ଏହା ତାଙ୍କ କାକା ଓ କାକିଙ୍କ ସମ୍ପର୍କରେ ଆସିଥିବା ଅନୁମାନ କରାଯାଉଛି। ଏହାପରେ ଗୁଡ଼ଭେଲା ପଂଚାୟତ ସରପଂଚ ରାଜେଶ୍ୱର ମାଝୀ ଜିଳ୍ଳାପାଳଙ୍କ କ୍ଷମତା ପ୍ରୟୋଗ କରି ଗୁଡ଼ଭେଲା ଓ ଡ଼ୁଙ୍ଗିବାହାଳ ଗ୍ରାମ ଗୁଡ଼ିକୁ ଶୁକ୍ରବାର ଅପରାହ୍ନ ୨ଟାରୁ ରବିବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସଟଡ଼ାଉନ ଘୋଷଣା କରିଛନ୍ତି। ଏହାସହ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡ଼ିକୁ ସିଲ କରିଦିଆଯିବା ସହ ଗ୍ରାମକୁ କାହାରିକୁ ବାହାରିବା ପାଇଁ ମନା କରାଯାଇଥିବାବେଳେ ବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ପ୍ରବେଶ କରିବା ପାଇଁ ମନା କରାଯାଇ ପୁଲିସ ମୁତୟନ ରହିଛନ୍ତି। ଉକ୍ତ ଦୁଇଟି ଗ୍ରାମରେ ସମସ୍ତ ଦୋକାନ ବଜାର ତଥା ଅଫିସ ଗୁଡ଼ିକୁ ବନ୍ଦ କରିଦିଆଯାଇଥିବାବେଳେ ଆବଶ୍ୟକୀୟ ସମାଗ୍ରୀ ପହଂଚାଇବା ପାଇଁ ୨ଜଣଙ୍କ ମୋବାଇଲ ନମ୍ବର ଜାରୀ କରାଯାଇଛି। ଅନ୍ୟମାନଙ୍କର କଂଟ୍ରାକ୍ଟ ଟ୍ରେସିଙ୍ଗ ଖୋଜି ସ୍ୱାବ କଲେକ୍ସନ ଜାରି ରହିଛି। ସୂଚନାଯେ କିଛି ଦିନ ତଳେ ଡ଼ୁଙ୍ଗିବାହାଳ ଗ୍ରାମର ଜନୈକ ଔଷଧ ଦୋକାନୀ ତାଙ୍କ ଶ୍ୱଶୁର ଘର କର୍ଲାମୁଣ୍ଡାକୁ ଯାଇଥିବାବେଳେ ଥଣ୍ଡା ଜନିତ ଲକ୍ଷଣ ଦେଖାଯିବାରୁ ଉକ୍ତ ଗ୍ରାମରେ ତାଙ୍କର ଆଂଟିଜେନ କିଟ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବାରୁ ଉକ୍ତ ଯୁବକଙ୍କୁ ଭବାନୀପାଟଣା କୋଭିଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଂଟୀଜେନ କିଟ ଟେଷ୍ଟରେ ତାଙ୍କ ସ୍ତ୍ରୀଙ୍କ ରିପୋର୍ଟ  ପଜିଟିଭ ଆସିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ଏଏନଏମ ଭାବେ କର୍ଲାମୁଣ୍ଡାରେ କାର୍ଯ୍ୟ କରୁଥିବାରୁ ପ୍ରାୟତଃ ଡ଼ୁଙ୍ଗିବାହାଳ ଗ୍ରାମକୁ ଯିବା ଆସିବା କରିଥାନ୍ତି। ଏ ନେଇ କର୍ଲାମୁଣ୍ଡା ପ୍ରଶାସନ ପକ୍ଷରୁ ଗୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇବା ପରେ ଗୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କଂଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିଳା। ଦୁଇ ଦିନ ପରେ ଆଉ ଜଣଙ୍କର ପଜିଟିଭ ବାହାରିଥିବା ଗେୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା.ସୁମୀତ ମେହେର ସୂଚନା ଦେଇଥିବା ବେଳେ କଂଟ୍ରାକ୍ଟ ଟ୍ରେସିଂଙ୍ଗ ଜାରି ରହିଥିବା କହିଛନ୍ତି।

Comments
Loading...