ପାତ୍ରପୁର ବ୍ଳକର ଦୁଇ ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା

ପାତ୍ରପୁର :  କେରୋନାର ଏବେ ଦ୍ୱିତୀୟ ଲହର ଚାଲିଛି। ଯାହାକୁ ଦେଖି ପ୍ରଶାସନ ତରଫରୁ ବିଭିନ୍ନ ଗ୍ରାମ ପରିକ୍ଷଣ ଜାରି ରହିଛି। ଏହି ତହସିଲର ଦୁଇଟି ଗ୍ରାମରେ କିଛି ବ୍ୟକ୍ତି ପଜିଟିଭ ଥିବା ଜଣା ପଡିବା ପରେ ଦୁଇ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଦୁଇଟି ଗ୍ରାମ ହେଉଛି ସୁରଙ୍ଗୀ ପଞ୍ଚାୟତ ତିତିଗାଁ ଏବଂ ପଦାଦିଗି ପଂଚାୟତ କଲୁହା ବୋଲି ଜଣା ପଡ଼ିଛି। ଏହି ଦୁଇ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ପତ୍ର ପହଂଚିବା ପରେ ପୋଲିସକୁ ପଂଚାୟତ ତରଫରୁ ଏନେଇ ଜଣାଇ ଦିଆଯାଇଛି। ଏହି ଦୁଇ ଗ୍ରାମ ମଧରୁ ତିତିଗାଁର ତିନି ପାର୍ଶ୍ୱକୁ ସଂଯୋଗ କରୁ ଥିବା କନିରିଡ.ତମ୍ବାପୁରୁ, ପଳସପୁରକୁ ବୋଫର ଜୋନ ଘୋଷଣା କରାଯାଇଛି। ସେହିପରି କଲୁହା ଗ୍ରାମ ସହିତ ଛକକୁ ସଂଯୋଗ କରୁଥିବା ମର୍ଦ୍ଦରାଜ ପୁର, ତାଳଗୁଡି ପାହାଡ଼, ନାରାୟଣ ପୁର, ଚିକିଟି ବ୍ଲକର ମଇସାନପୁରକୁ ବୋଫର ଜୋନ ଘୋଷଣା କରାଯାଇଛି।

Comments are closed.