ବେଆଇନ ବାଲି ଚାଲାଣ : ୨ ଟ୍ରାକ୍ଟର ଜବତ, ୧୦ ହଜାର ଜରିମାନା ଆଦାୟ

ମୁରିବାହାଲ : ମୁରିବାହାଲ ତହସିଲ ଅଂଚଳରେ ଲକଡାଉନ ସମୟରେ ମଧ୍ୟ ବେଆଇନ ବାଲି ଚାଲାଣ ଜାରି ରହିଛି। ମୁରିବାହାଲ ବ୍ଲକକୁ ନିତିଦିନ ଟିକ୍ରାପଡା ସ୍ଥିତ ଲାନ୍ତନଦୀ ଏବଂ ଗୁଲମି ଜଙ୍ଗଲ ମଧ୍ୟରେ ଥିବା ଅନେକ ନାଳରୁ ଦୈନିକ ଶହ ଶହ ଟ୍ରାକ୍ଟର ବାଲି କଂଟାବାଞି ଓ ଟିଟିଲାଗଡ ଅଂଚଳକୁ ଚୋରାଚାଲାଣ ହେଉଥିବା ଦେଖିବାକୁ ମିଲୁଛି। ବାଲି ଚୋରା ଚାଲାଣ ରୋକିବା ପାଇଁ ମୁରିବାହାଲ ତହସିଲଦାର ନାରାୟଣ ସାହୁ ସୋମବାର ସକାଳୁ ବାନ୍ଦୁପଳା ଗ୍ରାମର ହୃଷିକେଶ ବୁଡେକଙ୍କ ଦୁଇଟି ଟ୍ରାକ୍ଟର ଜବତ କରି ପ୍ରତ୍ୟେକ ଟ୍ରାକ୍ଟର ଠାରୁ ୫ହଜାର ଟଙ୍କା ଲେଖାଁଏ ଜରିମାନା ଆଦାୟ କରିଥିବା ସୂଚନା ମିଲିଛି। କିନ୍ତୁ ଗୁଲମି ନାଳରୁ ଆସୁଥିବା ଚୋରା ବାଲିକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ତରପରୁ କୌଣସି ଆଖି ଦୃଶିଆ  ପଦକ୍ଷେପ ନିଆ ଯାଉନାହିଁ। କେତେକ ଟ୍ରାକ୍ଟର ମାଳିକ ଜଙ୍ଗଲ ଜଗୁଆଳିଙ୍କୁ ହାତ ଗୁଞା ଦେଇ ବେଆଇନ ଭାବରେ ବଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି।

Comments are closed.