ଟ୍ରେନରେ ଭିକ୍ଷାବୃତ୍ତି କରୁଥିବା ୨ କିନ୍ନର ଗିରଫ: ଜିଆରପି ଥାନା ଆଗରେ ଧାରଣାରେ ବସିଲେ କିନ୍ନର

ଖୋର୍ଦ୍ଧା:ଟ୍ରେନରେ ଭିକ୍ଷା ବୃତ୍ତି କରୁଥିବା ଦୁଇ ଜଣ କିନ୍ନରଙ୍କୁ ଗିରଫ କରି ଜେଲରେ ଭର୍ତ୍ତୀ କରିଛି ଜିଆରପି ପୁଲିସ। ଖୋର୍ଦ୍ଧା ରୋଡ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା କିନ୍ନର ଅନି ଦଳେଇ ଓ ଅମ୍ରିତା ମହାନ୍ତିଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇ ଦେଇଛି ଜିଆରପି ପୁଲିସ। ଭକ୍ଷା ବୃତ୍ତି କରି ନିଜ ପେଟ ପୋଷୁଥବା କିନ୍ନରଙ୍କୁ ଜିଆରପି ପୁଲିସ ଗିରଫ କରିବା ପ୍ରତିବାଦରେ ରବିବାର ଖୋର୍ଦ୍ଧା ବିଜେପି ଉପସଭାପତି ମେନକା କିନ୍ନର ଏବଂ ସଖୀ କିନ୍ନର ସଂଙ୍ଗଠନର ଅଧ୍ୟକ୍ଷା ସୁଇଟି ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କିନ୍ନର ଖୋର୍ଦ୍ଧା ରୋଡ୍‍ ଜିଆରପି ପୁଲିସ ଥାନା ଘେରାଉ କରିଥିଲେ।

କିନ୍ନରମାନଙ୍କୁ ଶିକ୍ଷାକ୍ଷେତ୍ରରେ ଏବଂ ନିଯୁକ୍ତି କ୍ଷେତ୍ରରେ କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ସେମାନେ ପେଟ ପୋଷିବା ପାଇଁ ଟ୍ରେନରେ ଭିକ୍ଷାବୃତ୍ତି କରୁଛନ୍ତି ବୋଲି ଖୋର୍ଦ୍ଧା ବିଜେପି ଉପସଭାପତି ମେନକା କିନ୍ନର କହିଛନ୍ତି। ଅନ୍ୟପକ୍ଷେ ସଖୀ କିନ୍ନର ସଂଙ୍ଗଠନର ଅଧ୍ୟକ୍ଷା ସୁଇଟ କିନ୍ନର କହିଛନ୍ତି ଜିଆରପି ପୁଲିସ ଗିରଫ କରିଥିବା ୨ ଜଣ କିନ୍ନରଙ୍କୁ ଯଥାଶିଘ୍ର ଜେଲରୁ ମୁକ୍ତ ନକଲେ ସାରା ଓଡିଶାର ସମସ୍ତ କିନ୍ନର ସମାଜ ପ୍ରଦର୍ଶନ କରିବେ

Comments are closed.