ଧରାପଡିଲେ ଦୁଇ ବୁଲେଟ ଚୋର

ରେଙ୍ଗlଲିକେମ୍ପ :  ଅତାବିରା ପୁଲିସ ଆଜି ଦୁଇଜଣ ବୁଲେଟ ଚୋରଙ୍କୁ ଧରି  ତାଙ୍କୁ କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ଜଣାପଡିଛି ଯେ ଅତାବିରା ବ୍ଲକ ପୋଡବାଡ଼ି ଗ୍ରାମର କେ. ରାମୁ ନାମକ ଯୁବକ ନିଜ ବୁଲେଟରେ  କାଦୋବାହାଲକୁ ଆସୁଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ଅଟକାଇ  ଧକ୍କା ଦେଇଥିଲେ। ଫଳରେ ବୁଲେଟ ଆରୋହୀ ରାଜୁ ତଳେ ପଡ଼ିଯିବା ଫଳରେ ଏହି ଯୁବକ ଦୁଇଜଣ ବୁଲେଟ କୁ ନେଇ ଚମ୍ପଟ ମାରିଥିଲେ। ଏ ନେଇ ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା । ଆଜି  ଏହି ଦୁଇ  ବୁଲେଟ ଚୋର ପୁଲିସ ହାତରେ ଧରା ପଡ଼ିଛନ୍ତି ।ସେମାନେ ହେଲେ ଅତାବିରା ବ୍ଲକ  ଝାଙ୍କ ବାହାଲ ପୋଡବାଡ଼ିର ସାନନ୍ଦ ସୁନା(୨୮) ଓ ବରଗଡ଼ ବ୍ଲକ ଗୁଡେଶିରା ଦୁମ୍ବେର ପାଲିର ସୁନୀଲ ବାରିକ୍(୨୩)। ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.