ଶ୍ରୀନଗରରେ ଦୁଇ ଆତଙ୍କି, ଜଣେ ନାଗରିକ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଦୁଇଜଣ ଆତଙ୍କି ଓ ଜଣେ ନାଗରିକ ପ୍ରାଣ ହରାଇଛନ୍ତି । ମୃତ ସାଧାରଣ ନାଗରିକ ଜଣକ ଆତଙ୍କବାଦୀଙ୍କ ସହଯୋଗୀ ଭାବରେ କାମ କରୁଥିବା କେତେକ ଡିଜିଟାଲ ତଥ୍ୟରୁ ପ୍ରମାଣ ମିଳିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସୋମବାର ଦିନ ଶ୍ରୀନଗରର ହାଇଦରପୋରା ଅଞ୍ଚଳରେ ଥିବା କ୍ଲାସିକ ହାସପାତାଳ ନିକଟରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ସେଥିରେ ଦୁଇ ଆତଙ୍କିଙ୍କର ମୃତୁ୍ୟ ଘଟିଥିବାବେଳେ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ । ମୃତ ସାଧାରଣ ନାଗରିକ ପୁରୁଣା ବାରଜୁଲ୍ଲା ଅଞ୍ଚଳର ୪୪ ବର୍ଷ ବୟସ୍କ ମହମ୍ମଦ ଅଲତାଫ ଭଟ ଏବଂ ସେ ଜଣେ ବ୍ୟବସାୟୀ ବୋଲି ଜଣାଯାଇଛି । କାଶ୍ମୀର ଉପତ୍ୟକାର ପୁଲିସ ଆଇଜି କହିଛନ୍ତି, ଆତଙ୍କି ଓ ସୁରକ୍ଷା ବାହିନୀ ଗୁଳି ବିନିମୟ ମଧ୍ୟରେ ସେ ରହିଯିବାରୁ ତାଙ୍କ ଦେହରେ ଗୁଳି ବାଜିଥିଲା । ତେବେ ସେ ଆତଙ୍କବାତୀଙ୍କର ସହଯୋଗୀ ଭାବରେ କାର୍ଯ୍ୟ କରୁଥିବା କେତେକ ଡିଜିଟାଲ ତଥ୍ୟରୁ ପ୍ରମାଣ ମିଳିଥିବା ପୁଲିସ କହିଛନ୍ତି । ଇତିମଧ୍ୟରେ ମୃତ ଆତଙ୍କି ଆମିର ଓ ସମୀର ଅହମଦ ବୋଲି ଚିହ୍ନଟ କରାଯାଇଛି ।

Comments are closed.