ପୁଲୱାମାରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଗୋସୁ ଅଞ୍ଚଳରେ ମଙ୍ଗଳବାର ସକାଳେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ଗତ ସୋମବାର ରାତିରେ ଆତଙ୍କବାଦୀମାନେ ଡେଲିନା ଫାଣ୍ଡି ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଗ୍ରେନେଡ୍‌ ବାହାରେ ମାଡ଼ ହେବାରୁ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ଏହି ଘଟଣା ପରେ ପୁଲିସ ଏବଂ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ।