ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବଡଗାମ ଓ ପୁଲୱାମା ଜିଲାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର ଗୁଳିବିନିମୟ ଘଟିଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଜ ଜବତ କରାଯାଇଛି।

ସୂଚନା ଅନୁସାରେ, ବଡଗାମରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଯବାନଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଯବାନମାନେ ଉକ୍ତ ଆତଙ୍କବାଦୀକୁ ଘେରିଯିବା ପରେ ଆତଙ୍କୀ ଜଣକ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ଯବାନମାନେ ପାଲଟା ଆକ୍ରମଣରେ ଆତଙ୍କୀର ମୃତ୍ୟୁ ଘଟିଥିଲା। ସେପଟେ ପୁଲୱାମାରେ ସେନାର ଅପରେଶନ ‘କୁଲଥରା’ରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହା ସହିତ ଗାନ୍ଦରବଲ ଅଞ୍ଚଳରେ ଯବାନମାନେ ଜଣେ ଆତଙ୍କବାଦୀକୁ ଗିରଫ କରିଛନ୍ତି। ତା’ର ନାମ ତାରିକ ଗନଇ ଏବଂ ସେ ଲଶ୍କର ସଂଗଠନର ବୋଲି ଜଣାପଡ଼ିଛି।

Comments are closed.