ଅନନ୍ତନାଗରେ ପୁଣି ଏନକାଉଣ୍ଟର: ଯବାନ ଶହୀଦ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ମଙ୍ଗଳବାର ପୁଣି ଥରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଯବାନମାନଙ୍କ ଗୁଳିରେ ମଧ୍ୟ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

ଅନନ୍ତନାଗ ଜିଲାର ୱାଘମ ଜିଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସେଠାରେ ସେନା ପକ୍ଷରୁ ସର୍ଚ୍ଚ ଅପରୋନ ଆରମ୍ଭ ହୋଇଥିଲା। ମଙ୍ଗଳବାର ଭୋର ସମୟରେ ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯାଇଥିଲେ। ଫଳରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚଳାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିବାରୁ ୩ ଜଣ ଯବାନ ଆହତ ହୋଇଥିଲେ ଏବଂ ୨ ଆତଙ୍କବାଦୀ ନିପାତ ହୋଇଥିଲେ। ପରେ ଆହତ ଯବାନମାନଙ୍କ ମଧ୍ୟରୁ ଜଣେ ଯବାନଙ୍କର ଚିକିତ୍ସାଧୀନ ଅବସ୍ଥାନରେ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଅନନ୍ତନାଗରେ ଗତ ସୋମବାର ମଧ୍ୟ ଏନକାଉଣ୍ଟର ଘଟିଥିବାବେଳେ ଯବାନଙ୍କ ଗୁଳିରେ ୨ ଆତଙ୍କବାନୀ ନିହତ ହୋଇଥିଲେ।

Comments are closed.