ଜମ୍ମୁ-କାଶ୍ମୀର ଶୋପିଆନରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ଶୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ରବିବାର ଜଣାପଡିଛି। ଉକ୍ତ ସ୍ଥାନରେ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ସ୍ଥାନକୁ ଘେରାଉ କରିଥିଲେ। ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପାଲଟା ଗୁଳି ଚାଳନାରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ। ଗତକାଲି ମଧ୍ୟ ଜଣେ ଆତଙ୍କବାଦୀ ନିପାତ ହୋଇଥିଲା। କାଲି ଠାରୁ ଗୁଳିବିନିମୟ ଚାଲୁ ରହିଥିଲା।

Comments are closed.