୨ ଆତଙ୍କୀ ଶିବିର ଧ୍ଵଂସ କଲା ସେନା, ବିପୁଳ ଗୋଳାବାରୁଦ ଜବତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ବଦରୁ ଏବଂ ବାରସୋ ଅଞ୍ଚଳରେ ଥିବା ୨ଟି ଆତଙ୍କବାଦୀ ଶିବିରକୁ ଗୁରୁବାର ଧ୍ଵଂସ କରିଛି ଭାରତୀୟ ସେନା। ଲଶ୍ମର-ଏ-ତଏବାର ଏହି ୨ଟି ଶିବିରରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେନାର ୫୦ ଆରଆର, ସିଆରପିଏଫର ୧୩୦ ବାଟାଲିୟରନ ଏବଂ ଅବନ୍ତୀପୋରା ପୁଲିସର ମିଳିତ ଟିମ୍‌ ସର୍ଚ୍ଚ ଅପରେଶନ କରିବା ସମୟରେ ଏହି ୨ଟି ଶିବିରକୁ ଧ୍ଵଂସ କରିଛନ୍ତି।

ଅବନ୍ତୀପୋରାର ବଦରୁ ଏବଂ ବାରସୋ ଜଙ୍ଗଲ ଅଞ୍ଚଳରେ ଲଶ୍ମର ଆତଙ୍କବାଦୀଙ୍କ ୨ଟି ଶିବିର ରହିଥିବା ପୁଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନାର ମିଳିତ ଟିମ୍‌ ଉଭୟ ଜଙ୍ଗଲରେ ଏକକାଳୀନ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ଶିବିରକୁ ଯବାନମାନେ ଧ୍ଵଂସ କରିଦେଇଥିଲେ। ତେବେ ସେଠାରୁ ଆତଙ୍କୀମାନେ ଖସି ପଳାଇଥିବା ସୂଚନା ମିଳିଛି। ଶିବିର ଦ୍ବୟରୁ ଏକେ-୪୭ ବନ୍ଧୁକର ମାଗାଜିନ୍‌, ୨ଟି ଗ୍ରେନେଡ୍‌, ୪ଟି ୟୁଜିବିଏଲ, ଆମୋନିୟମ ନାଇଟ୍ରେଟ୍‌ ଏବଂ ବହୁ ଗୁଳି ସମେତ ୫୪୦୦ ଟଙ୍କା ଓ ଖାଦ୍ୟ ସାମଗ୍ରୀ ମିଳିଥିଲା।

Comments are closed.