+୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ପୁଣି ତାତିଲେ +୨ ଛାତ୍ରଛାତ୍ରୀ । ଚଳିତ ବର୍ଷ +୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‍ ଛକରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧରଣାରେ ବସିଥିବା ଦେଖିବାକୁ ମିଳିଛି । କରୋନା ପାଇଁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ପିଲାମାନେ । ଏହି ବିକ୍ଷୋଭରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ତେବେ ଗତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ବାତିଲ କରିଥିଲେ । ଏବଂ ସେମାନଙ୍କ ପୂର୍ବ ନମ୍ବରକୁ ନଜରରେ ରଖି ତାଙ୍କର ମୂଲ୍ୟାୟନ ହୋଇଥିଲା । ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ପରୀକ୍ଷା ବୋର୍ଡ ପକ୍ଷରୁ କରାଯାଇଥିଲା ।

Comments are closed.