ସେଲଫି ନେବା ବେଳେ ନୃସିଂହନାଥ କପିଳଧାରରୁ ତଳକୁ ଖସି ପଡି ୨ ଛାତ୍ର ମୃତ

ପାଇକମାଳ :  ପାଇକମାଳ ଥାନା ନୃସିଂହନାଥ କପିଳଧାର ଝରଣାରେ ସେଲଫି ନେବା ବେଳେ ଦୁଇ କଲେଜ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଜଣକର ମୃତ  ଦେହ ଉଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କର ପାଣିର ସ୍ରୋତ  ଓ ରାତି ହୋଇଯାଇଥିବାରୁ ଉଦ୍ଧାର ହୋଇପାରି ନାହିଁ ।   ପାଇକମାଳ ଥାନା ଝିଟିକି ଗ୍ରାମର ତିନି ଜଣ କଲେଜ ଛାତ୍ର ଆଜି ମଧ୍ୟାହ୍ନରେ ନୃସିଂହନାଥ କପିଳଧାରକୁ ଯାଇଥିଲେ । କପିଳଧାର ଝରଣ ଉପରୁ ଠିଆ ହୋଇ ସେଲଫି ଫଟୋ ନେଉଥିବା ବେଳେ ଦୁଇଜଣ ତଳକୁ ଖସି ପଡିଥିଲେ । ଫଟୋ ଉଠାଉଥିବା  ସାଙ୍ଗ ଘନଶ୍ୟମ ମହାକୁଡ ସେଠାରୁ ସଙ୍ଗେ ସଙ୍ଗେ ପାଇକମାଳ ଥାନାକୁ ଆସି ଜଣାଇଥିଲା । ଡିଏସପି ଦିନେଶ ନାୟକ, ଆଇଆଇସି ବିଶ୍ବଜିତ୍ ମନବୋଧ, ଦମକଳବାହିନୀର କର୍ମଚାରୀମାନେ, ନୃସିଂହନାଥ ଜଙ୍ଗଲ   ବିଭାଗର କର୍ମଚାରୀ, ମନ୍ଦିର କର୍ମଚାରୀ କ୍ଷିରୋଦ୍ର ସୋନି(୨୦) ର ମୃତ ଦେହ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ତେବେ   ବିଜୟ ମହାକୁଡ(୧୮)ର ମୃତ ଦେହ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇପାରି ନାହିଁ । କ୍ଷୀରୋଦ୍ର ପାଇକମାଳ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜରେ ପାଠ ପଢୁ ଥିବା ବେଳେ  ବିଜୟ ମହାକୁଡ ସମ୍ବଲପୁର ବୈଦିକ କଲେଜରେ ପାଠ ପଢୁଛନ୍ତି । ପୁଲିସ ଏହି ଘଟଣାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ କରିଛି ।

Comments are closed.